Odisha Link
Bridging the Missing Links in Odisha

ଜଳିଗଲା ୨୧ ବଖରା ଘର

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଛପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨୧ବଖରା ଘର ପୋଡି ପାଉଁଶ ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତର ମାଛପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ୧୧ଟି ପରିବାରର ୨୧ବଖରା ଘର ଭସ୍ମୀଭୂତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ମାନେ ନିଆଁ ଲଗାଇଦେଇଥିବା ଅଭିଯୋଗ। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Comments are closed.