Odisha Link
Bridging the Missing Links in Odisha

ବିଧାନସଭା: ୮୧୨୬.୩୨ କୋଟିର ଅତିରିକ୍ତ ବଜେଟ ଆଗତ

ଭୁବନେଶ୍ବର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆଗତ ହେଲା ଅତିରିକ୍ତ ବଜେଟ। ୨୦୧୯-୨୦ ବର୍ଷ ପାଇଁ ଆଗତ ହେଲା ବଜେଟ। ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅତିରିକ୍ତ ବଜେଟ ଆଗତ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି। ଅର୍ଥମନ୍ତ୍ରୀ ମୋଟ ୮୧୨୬.୩୨ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି।

ବିଭିନ୍ନ ଯୋଜନାରେ ବ୍ୟୟବରାଦ ପାଇଁ ୭୪୩୨ କୋଟି ୮୦ ଲକ୍ଷ ଆଗତ ହୋଇଥିବା ବେଳେ ପ୍ରଶାସନିକ ବ୍ୟୟବରାଦ ପାଇଁ ୨୬୭ କୋଟି ୨୩ ଲକ୍ଷ ଘୋଷଣା ହୋଇଛି। ବିପର୍ଯ୍ୟୟ ପ୍ରଶାସନ ପାଣ୍ଠି ପାଇଁ ୬ କୋ୍ଟି ୫୨ ଲକ୍ଷ ବ୍ୟବୟବାରଦ ହୋଇଛି। ଅପରପକ୍ଷେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

 

ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ ହୋଇଥିବା ୮୧୨୬.୩୨କୋଟି ଟଙ୍କା ମଧ୍ୟରୁ ୪୧୪୪.୫୦କୋଟି ଟଙ୍କା ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହୋଇଥିବା ବ୍ୟୟବରାଦ ଓ ଅନୁଦାନରୁ ସର୍ମପଣ ହୋଇଥିବା ଅର୍ଥରୁ ଭରଣା କରାଯିବ। ସେହିପରି ସହବନ୍ଧିତ ସମ୍ବଳ ସୂତ୍ରରୁ ୨୯୮୧.୮୮କୋଟି ଟଙ୍କା ଓ ଅଣବନ୍ଧିତ ସମ୍ବଳରୁ ୧୦୦୦କୋଟି ଟଙ୍କା ସଂଗ୍ରହ କରାଯିବ।

ଆରକ୍ଷୀ ବ୍ୟବସ୍ଥା ବ୍ୟତୀତ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ଏକକ ନିର୍ବାଚନ ପରିଚାଳନା ନିମନ୍ତେ ୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ନିର୍ବାଚନ ନିମନ୍ତେ ଇଭିଏମ୍ କିଣିବା ପାଇଁ ୧୬.୧୧କୋଟି ଟଙ୍କା, କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ମୋଟ ୫୨୭.୪୦କୋଟି ଟଙ୍କା ଟଙ୍କା ବ୍ୟୟବରାଦ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ପାଇଁ ମୋଟ ୯୪୮.୫୫କୋଟି ଟଙ୍କା , ବିଜୁ ପକ୍କାଘର ଓ ପିଏମଏୱାଇ ଗ୍ରାମୀଣ ଯୋଜନା ନିମନ୍ତେ ୨୫୧.୬୭କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଚଳିତ ବର୍ଷ ସୁଦ୍ଧା ରାଜ୍ୟର ଋଣ ଭାଗ ୮୩,୩୦୭କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ କେତେ ଋଣ ରାଜ୍ୟ ସରକାର କରିଛନ୍ତି ସେ ନେଇ ଅର୍ଥମନ୍ତ୍ରୀ କୌଣସି ସୂଚନା ଦେଇନଥିଲେ।

Comments are closed.