Odisha Link
Bridging the Missing Links in Odisha

ଟିକ୍‌ଟକ୍‌କୁ ନୋଟିସ୍‌ ପଠାଇଲେ ଆଜମାଗଡ଼ ପୁଲିସ୍‌

ଆଜମାଗଡ଼ : ଆଜିକାଲିର ଯୁବ ପିଢ଼ି ସୋସିୟାଲ ସାଇଡ୍ କୁ ଖୁବ୍ ଜଲଦି ଗ୍ରହଣ କରିଥାନ୍ତି । ସେହିପରି ଟିକ୍ ଟକ୍ ଏପରି ଗୋଟେ ଆପ ଯେଉଁଥିରେ ଛୋଟରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜ ଭିତରେ ଥିବା ପ୍ରତିଭା ଦେଖେଇ ପାରୁଛନ୍ତି । ଏହି ଆପ୍ ଟିକୁ ଚୀନ ପ୍ରସୁତ କରିଛି କିନ୍ତୁ ଚୀନର ସୋସିଆଲ୍‌ ନେଟ୍‌ୱର୍କିଂ ଏଥିରେ କୌଣସି ନିୟମାବଳୀ ରଖି ନଥିବାରୁ ଅନେକ ସମୟରେ ୟୁଜର ହରାଣ ହେଇଥାନ୍ତି ।

ଟିକ୍ ଟକ୍ କୁ ନେଇ ଏକ ଘଟଣା ଘଟିଯାଇଛି , ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ଦୁଇ ଜଣ ଭଉଣୀଙ୍କର ମର୍ଫଡ ଭିଡିଓ କରି ଚୀନର ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ ‘ଟିକ୍‌ଟକ୍‌’ରେ ଅପ୍‌ଲୋଡ କରିଥିଲେ । ଦୁଇ ଭଉଣୀଟିକ୍‌ଟକ୍‌ରେ ନିଜର ଭିଡିଓ ଦେଖିବା ପରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ ।

ପୁଲିସ୍‌ ତଦନ୍ତ କରିବାରୁ ଅଭିଯୁକ୍ତକୁ ଖୋଜି ପାଇ ଗିରଫ କରିିଛି । ସେ ହେଉଛନ୍ତି ପଙ୍କଜ ସାହାଣୀ । ତାଙ୍କର ବୟସ ୧୮ ବର୍ଷ । ସାହାଣୀ ପୁଲିସ୍‌ ସମ୍ମୁଖରେ କହିଛନ୍ତି ଯେ ‌ସେ ଦୁଇ ଭଉଣୀଙ୍କୁ ଏକ ବିବାହ ଉତ୍ସବରେ ଭେଟିଥିଲେ। ସେମାନଙ୍କର କିଛି ଫଟୋ ସେ ସେଠାରେ ଉଠାଇଥିଲେ । ସେହି ଫଟୋକୁ ସେ ଫେସ୍‌ବୁକ୍‌ ଓ ଟିକ୍‌ଟକ୍‌ରେ ନକଲି ଆକାଉଣ୍ଟ୍‌ ଖୋଲି ଅପ୍‌ଲୋଡ କରିଥିିଲେ।

ଏହା ପରେ ଆଜମାଗଡ଼ ପୁଲିସ୍‌ ପକ୍ଷରୁ ଟିକ୍‌ଟକ୍‌କୁ ଏକ ନୋଟିସ୍‌ ପଠାଯାଇଛି । ଟିକ୍‌ଟକ୍‌ରେ କିପରି ଭିଡିଓଗୁଡ଼ିକର ଅପବ୍ୟବହାର ହେଉଛି ସେ ବିଷୟରେ ଅବଗତ କରାଯାଇଛି। ଅପରାଧିକ କାର୍ଯ୍ୟକଳାପ ଉପରେ ଟିକ୍‌ଟକ୍‌ ଧ୍ୟାନ ଦେଉ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି ।

Comments are closed.