ନୂଆ ଢ଼ଙ୍ଗରେ ଅକ୍ଷୟ !

ମୁମ୍ବାଇ : ଫରହଦ ସାମଜୀଙ୍କ ନିର୍ଦ୍ଦେଶିତ ସିନେମା ହାଉସଫୁଲ ୪ ସିନେପରଦାରେ ବେଶ୍ ସଫଳତା ହାସଲ କରିଛି । ଏହି ସିନେମାରେ ଅକ୍ଷୟ କୁମାର ଏବଂ କ୍ରିତି ସାନନ ଯୋଡି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ।ଏହା ତାଙ୍କ ପରସ୍ପର ସହ ପ୍ରଥମ ସିନେମା ।ଦର୍ଶକ ଦୁହିଁଙ୍କ ରୋମାନ୍ସକୁ ଦେଖି ପୁଣି ଥରେ ଯୋଡିକୁ ଦେଖିବାପାଇଁ ଚାହିଁ ବସିଛନ୍ତି।
ଫରହଦ ସାମଜୀ ଦର୍ଶକଙ୍କ ଏହି ଇଛାକୁ ଖୁବ୍ ଶୀଘ୍ର ପୁରଣ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ ଏହି ଯୋଡ଼ିକୁ ପୁଣି ଥରେ ଏକାଠି ଅଭିନୟ କରିବାକୁ ମିଳୁଛି । ସିନେମା ‘ବଚ୍ଚନ ପାଣ୍ଡେ’ରେ ଏହି ଯୋଡ଼ି ଦ୍ୱିତୀୟ ଥର ଲାଗି କାମ କରିବେ । ଜଣାପଡ଼ିଛି ,ଉକ୍ତ ସିନେମାର ସ୍କ୍ରିପ୍ଟ କାମ ଚାଲିଛି । ଆଗାମୀ ବର୍ଷ ଫେବୃଆରି ମାସରେ’ବଚ୍ଚନ ପାଣ୍ଡେ’ର ସୁଟିଂ ଆରମ୍ଭ ହେବ । କ୍ରିସ୍ ମାସ ,୨୦୨୦ ରେ ସିନେମାଟିକୁ ପରଦାରେ ଦେଖିବାକୁ ମିଳିବ ।