ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଆଜି ସକାଳେ କଟକ ସ୍ଥିତ ଯୋବ୍ରା ବ୍ୟାରେଜ୍ରୁ ଜଣେ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିଲେ । ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି।
ସୂଚନାଏନୁସାରେ ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ସେ କଟକର ଶିଖରପୁରରେ ରହୁଥିଲେ ।
ନାଳିକା ଜଣକ ପାଠପଢ଼ାକୁ ନେଇ ଚାପରେ ରହୁଥିବାରୁ ଏପରି ନିଷ୍ପତ୍ତି ନେଇଥିବା ପୁଲିସ୍ କହିଛି । ଘଟଣା ସମ୍ପର୍କରେ ପୁଲିସ୍ ତାଙ୍କ ପରିବାର ଲୋକକୁ ସୂଚନା ଦେଇଛନ୍ତି।
Comments are closed.