Odisha Link
Bridging the Missing Links in Odisha

ରାଜ୍ୟରେ ଅଭାବୀ ଧାନ ବିକ୍ରି: ନରସିଂହ ମିଶ୍ର

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ ମିଶ୍ର। ୧୫କୁ ଧାନ କିଣିବା ହେବା କଥା ୧୮ ତାରଖ ହେଲାଣି ଧାନ କିଣା ହୋଇ ପାରୁ ନାହିଁ। ଧାନ କିଣା ଆରମ୍ଭ ହୋଇ ନ ଥିଲେ ବି ମିଲକୁ ଧାନ ଆସିଲାଣି। ୟା ର ଅର୍ଥ ରାଜ୍ୟରେ ଅଭାବୀ ଧାନ ବିକ୍ରି ଆରମ୍ଭ ହୋଇ ଗଲାଣି। ପ୍ରଶାସନ ନୀରବ ଦ୍ରଷ୍ଟ୍ରା ସାଜିଛି ୟା ଠାରୁ ଗୁରୁତର କଥା ଆଉ କଣ ହୋଇପାରେ। ଇଆଡ଼େ କହୁଛନ୍ତି ଚାଷୀଙ୍କ ପାଇଁ ଛାତି ଫାଟି ଯାଉଛି ସେପଟେ ଏଯାଁଏ କିଛି ବ୍ୟବସ୍ଥା କରି ନାହାନ୍ତି। ଏବେ ଚାଷୀଙ୍କ ଅବସ୍ଥା କଣ ହେବ।

ପ୍ରକାଶ ଯେ, ବିଧାନସଭାରେ ଉଠିଛି ଚାଷୀ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଆଜି ବିଧାନସଭାର ପ୍ରଶ୍ନକାଳ ଚାଲିପାରିନାହିଁ। କଂଗ୍ରେସ ବିଧାୟକମାନେ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି। ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବାଚସ୍ପତି ଗୃହକୁ ୩ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଆଜି ପ୍ରଶ୍ନକାଳ ସମୟରେ ବିଜେପି ସଦସ୍ୟମାନେ ଗୃହରେ ଉପସ୍ଥିତ ନଥିଲେ। ବିଧାନସଭା ଅଧିବେଶନ ଚାଲିଥିବାବେଳେ ବିଜେପି ସଦସ୍ୟମାନେ ବାହାରେ ଧାରଣା ଦେଇଥିଲେ। ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ବିଜେପି। ଆଜି ବିଜେପି ସଦସ୍ୟମାନେ ଗୃହକୁ ନ ଯାଇ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ। ସରକାର ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେବା ଯାଏଁ ଗୃହକୁ ଚଳାଇଦିଆଯିବ ନାହିଁ ବିଜେପି କହିଛି।

Comments are closed.