Odisha Link
Bridging the Missing Links in Odisha

ଡିସେମ୍ବରରୁ ଆଉ ୬ ବିଭାଗରେ ଲାଗୁ ହେବ ‘ମୋ ସରକାର’

ଭୁବନେଶ୍ବର: ସାଧାରଣ ଜନତାଙ୍କୁ ପ୍ରଶାସନର ନିକଟତର କରିବା ସହ ସେବା ପ୍ରଦାନ କରିବା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ନିମନ୍ତେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ହସ୍ପିଟାଲ ଓ ଥାନାରେ ଲାଗୁ ହେବା ପରେ ଏହି ଧାରା ଡିସେମ୍ବର ପହିଲାରୁ ରାଜ୍ୟର ଅନ୍ୟ ୬ ଗୋଟି ବିଭାଗରେ ଲାଗୁ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ବିଭାଗ ଅନ୍ତର୍ଗତ ବାଣିଜ୍ୟ ଓ ପରିବହନ ବିଭାଗ, ଗୃହ ଓ ନଗର ଉନ୍ନୟନ, କୃଷି ଓ କୃଷକ ସଶକ୍ତୀକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ। ମୋ ସରକାର କାର୍ଯ୍ୟକ୍ରମ ପ୍ରଚଳନ ପୂର୍ବରୁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ଉପକୃତ ହୋଇଥିବା ହିତାଧୀକାରୀଙ୍କ ତାଲିକା ବିଭାଗଗୁଡିକଠାରୁ ମଗାଯାଇଛି। ବିଶେଷ କରି ଜାତୀୟ ଖାଦ୍ୟ ନିରାପତ୍ତା, କାଳିଆ, ମମତା, ପାହାନ, ସାରଥି, କୃଷକ ପଞ୍ଜିକରଣ, ମିଶନ ଶକ୍ତି, ପାନୀୟ ଜଳ ଭଳି କାର୍ଯ୍ୟକ୍ରମ ଅଧୀନରେଥିବା ହିତାଧୀକାରୀଙ୍କ ତଥ୍ୟ ଅଧିକ ଲୋଡାଯାଇଛି।

Comments are closed.