Odisha Link
Bridging the Missing Links in Odisha

ସମବାୟ ଜରିଆରେ କୃଷି ତଥା ରାଜ୍ୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିଛି :ରଣେନ୍ଦ୍ରପ୍ରତାପ

ଭୁବନେଶ୍ବର : ସମବାୟ ଜରିଆରେ କୃଷି ତଥା ରାଜ୍ୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିଛି । ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହୋଇ ପାରିଛି । ରାଜ୍ୟ ସରକାର ଚାଉଳରେ ନିଜସ୍ୱ ଆବଶ୍ୟକତା ପୂରଣ କରି ସର୍ବଭାରତୀୟ ସ୍ତରରେ ଖାଦ୍ୟଶସ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି । କୃଷକମାନଙ୍କ ଫସଲ ଋଣର ୬୫ ପ୍ରତିଶତରୁ ଅଧିକ ସମବାୟ ସଂସ୍ଥାମାନଙ୍କ ଦ୍ୱାରା ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଆନୁକୂଲ୍ୟରେ ଆୟୋଜିତ ୬୬ତମ ନିଖିଳ ଭାରତ ସମବାୟ ସପ୍ତାହର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସ୍ୱାଇଁ କହିଲେ ଯେ ଧାନ ସଂଗ୍ରହ ରେକର୍ଡ ୬୫.୫୦ ଲକ୍ଷ ମେଟି୍ରକ୍‌ ଟନ୍‌ ହୋଇଛି । ୫ ‘ଟି’ ଆଧାରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ, ସମ୍ମିଳିତ ସହଯୋଗ ଓ ସମୟାନୁବର୍ତ୍ତୀ ସେବା ପ୍ରଦାନ ଜରିଅରେ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ, ଉତ୍ତରଦାୟୀ ଓ କ୍ରିୟାଶୀଳ କରାଯାଇଛି । ପି- ପାସ୍‌ ଆଧାରିତ କମ୍ପୁଟରୀକୃତ ପ୍ରକି୍ରୟା ମନୁଷ୍ୟ ହସ୍ତକ୍ଷେ ପରୁ ମୁକ୍ତ କରି ଧାନ ସଂଗ୍ରହ ପ୍ରକ୍ରିୟା ସହଜ, ସରଳ ଓ ସ୍ୱଚ୍ଛ କରାଯାଇଛି ସମବାୟ ବ୍ୟାଙ୍କଗୁଡ଼ିକର ନିୟମିତ ସମୀକ୍ଷା କରାଯାଇ ବ୍ୟାଙ୍କଗୁଡିକୁ ସୁଦୃଢ଼ କରବା ଦିଗରେ ପଦକ୍ଷେ ପ ନିଆଯାଉଛି ।

ଏଥି ସହିତ ସମବାୟ ଆନ୍ଦୋଳନକୁ ବ୍ୟାପକ କରି ଏଥିରେ ରାଜ୍ୟରଯୁବବର୍ଗଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବାର ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ । ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ସଫଳତା ସମବାୟର କାର୍ଯ୍ୟକାରିତା ଉପରେ ନିର୍ଭର କରେ । ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ସବୁଜ ବି ପ୍ଳବ, ଶ୍ବେତ ବିପ୍ଳବ ଏବଂ ନୀଳ ବି ପ୍ଳବକୁ ସାକାର କରିବା ନିମନ୍ତେ ରାଜ୍ୟର ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ ।

ଲୋକଙ୍କ କ୍ରୟଶକ୍ତି ବୃଦ୍ଧି କରିବା ଦିଗରେ କୃଷି ଏକ ଉପଯୁକ୍ତ ମାଧ୍ୟମ । ୨୦୨୨ ସୁଦ୍ଧା ଭାରତ ଯୁବବର୍ଗର ଦେଶ ହେଉଥିବାବେଳେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ସମବାୟ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ସଭାପତି ହେମନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମବାୟ ସମିତି ସମୂହର ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଜେନା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭା ପତି ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇ ଚଳିତ ବର୍ଷ ସମବାୟର ବିଷୟବସ୍ତୁ ‘ନୂଆ ଭାରତ ଗଠନରେ ସମବାୟର ଭୂମିକା’ ସଂପର୍କରେ ଆଲୋଚନା କରିଥିଲେ ।

ଏଥି ସହ ସମବାୟ ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀ, କାରିଗରମାନଙ୍କର ଆର୍ଥିକ ବିକାଶ ସମ୍ଭବ ହେଉଥିବା ପରି ପ୍ରେକ୍ଷୀରେ ସମବାୟକୁ ଆଗକୁ ନେବା ଜରୁରୀ ବୋଲି କହିଥିଲେ । ଏହି ଅବସରରେ ସମବାୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସମବାୟ ବ୍ୟାଙ୍କ, ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରାଥମିକ କୃଷି ସମବାୟ ସମିତି/ଲ୍ୟାମ୍ପସ୍‌ ଅଦି ସମେତ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ‘ସମବାୟ ସମାଚାର’ର ବିଶେଷ ସଂଖ୍ୟ ସମେତ ଏକ ସ୍ମରଣିକାକୁ ଅତିଥିମାନେ ଶୁଭ ଉନ୍ମୋଚନ କରିଥିଲେ । ଶେଷରେ ସମବାୟ ୟୁନିୟନ୍‌ର ସଂପାଦକ ମନୋରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.