Odisha Link
Bridging the Missing Links in Odisha

ଆକାଶରୁ ବର୍ଷିଲା ଟଙ୍କା, ଦେଖନ୍ତୁ ଭିଡିଓ

କୋଲକାତା: ଆକାଶରୁ ଟଙ୍କା ବର୍ଷିବା କଥାଟି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ। ଆକାଶରୁ କେମିତି ଟଙ୍କା ବର୍ଷା ହେଲା ଏହା ଆପଣ ଭାବୁଥିବେ। କୋଲକାତାରେ ଏଭଳି ଟଙ୍କା ବର୍ଷା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଆକାଶରୁ ୨ ହଜାର, ୫୦୦ ଓ ୧୦୦ ଟଙ୍କିଆ ନୋଟ ବର୍ଷା ହେଉଥିବାରୁ ଏହାକୁ ଗୋଟାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ମଧ୍ୟ ଜମିଥିଲା। ଏହି ଘଟଣାର ପୂରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୋଲକାତାର ସେଣ୍ଟ୍ରାଲ ବିଜନେସ୍‌ ଡିଷ୍ଟ୍ରିକ୍ଟରେ ଥିବା ଏକ ବିରାଟ କୋଠାର ୬ଷ୍ଠ ମହଲାରେ ଏକ ଘରୋଇ କମ୍ପାନୀର ଅଫିସରୁ ଏହି ଟଙ୍କା ବର୍ଷା ହୋଇଥିଲା ଏହି କମ୍ପାନୀ ଆର୍ଥିକ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଡିଆରଆଇ ଅଧିକାରୀମାନେ ଏଠାରେ ଚଢ଼ଉ କରିଥିଲେ। ତେବେ ଏହି ସମୟରେ ୬ଷ୍ଠ ମହଲାରୁ ବିଡ଼ାବିଡ଼ା ୨ ହଜାର, ୫୦୦ ଓ ୧୦୦ ଟଙ୍କା ନୋଟକୁ ତଳକୁ ଫୋପାଡ଼ା ଯାଉଥିବା ଦେଖିବାକୁ ମିଳିଥିଲା।

୬ଷ୍ଠ ମହଲାରେ ଥିବା ଝରକା ବାଟେ ଟଙ୍କା ତଳକୁ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଛି। ତେବେ ବିଡ଼ା ମଧ୍ୟରେ ବନ୍ଧା ଯାଇଥିବା ନୋଟ ଗୁଡ଼ିକ କାନ୍ଥରେ ମାଡ଼ ହୋଇ ଫିଟି ଯାଇଥିଲା। ଫଳରେ ଏଗୁଡ଼ିକ ଏଣେତେଣେ ଉଡ଼ି ରାସ୍ତା ଉପରେ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଟଙ୍କା ଗୋଟାଇବାରେ ଲାଗି ପଡ଼ିଥିଲେ।ତେବେ ଡିଆରଆଇ ଅଧିକାରୀମାନେ ଏଯାଏ ଏହି ଟଙ୍କା କାହିଁକି ଉଡ଼ାଗଲା ଏବଂ ସର୍ଚ୍ଚ ଅପରେସନ ସହ ଏହାର ସମ୍ପର୍କ ରହିଛି କି ନାହିଁ, ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଦେଖନ୍ତୁ ଭିଡିଓ:

Comments are closed.