Odisha Link
Bridging the Missing Links in Odisha

ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ ଶୀର୍ଷ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶାରେ ବାୟୋ-ଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ସୁଗଯୋଗ ଓ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ଆଧାରରେ ବାୟୋ-ଟେକ୍‌ନୋଲୋଜି ବିକାଶ ଦିଗରେ ସରକାର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି ବୋଲି ବିଜ୍ଞାନ ଓ କାରଗିରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ଏହି କ୍ଷେତ୍ରରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ସହଯୋଗୀ ରାଜ୍ୟ ଭାବେ ଘୋଷିତ ହୋଇଛି ଏବଂ ଓଡ଼ିଶାର ଭିତରକନିକା ଓ ସିମିଳି ପାଳ ଭଳି ସମୃଦ୍ଧ ଜୈବମଣ୍ଡଳ ତଥା ଦୀର୍ଘ ଉପକୂଳ ବାୟୋ-ଟେକ୍‌ନୋଲେ । ଜିର ପରିସର ବୃଦ୍ଧି କରିବାରେ ସମର୍ଥ ବୋଲି ମନ୍ତ୍ରୀ ପଣ୍ଡା ଉଲେଖ୍ୟ କରିଛନ୍ତି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ ଶୀର୍ଷ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ଏହା ପ୍ରକାଶ କରିଛନ୍ତି । ସମ୍ମିଳନୀର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଣ୍ଡା ଯୋଗଦେଇ କହିଛନ୍ତି ଯେ ଓଡ଼ିଶାରେ ବାୟୋ- ଟେକ୍‌ନୋଲେ ।ଜି ଇନ ଷ୍ଟିଚ୍ୟୁଟ ପ୍ରତିଷ୍ଠା ନିମେନ୍ତେ ରାଜ୍ୟ ସରକାର ସମତୁଲ ଅଂଶଧନ ବାବଦରେ ୨ କୋଟି ଟଙ୍କ।ମଂଜୁର କରିଛନ୍ତି ।

ଓଡ଼ିଶାରେ ବାୟୋ-ଟେକ୍‌ନୋଲୋଜି କ୍ଷେତ୍ରରେ ବିବିଧ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ ତଥ୍ୟ ରଖିଥିଲେ । ସମ୍ମିଳନୀରେ ଆୟୋଜିତ ପାଭିଲିୟନ୍‌ରେ ଓଡ଼ିଶାର ମଣ୍ଡପ ରହିଥିଲା । ସେଥିରେ ବାୟୋ-ଟେକ୍‌ନୋଲୋଜି କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ସୂଚନା ଉପଲକ୍ଷ ଥିଲା ।

 

ଅନୁରୂପ ଭାବରେ ପ୍ରଦର୍ଶନୀରେ ମଧ୍ୟ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଭୁବନେଶ୍ୱର) ମଣ୍ଡପ ରହିଥିଲା । ମନ୍ତ୍ରୀ ପଣ୍ଡା ପାଭିଲିୟନ୍‌ ଓ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ । ଏହି ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ କାରିଗରୀ ତଥା ଭୂବିଜ୍ଞାନ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ଉଦ୍‌ଘାଟନ କରିଥିବାବେଳେ ବିଜ୍ଞାନ ଓ କାରିଗରୀ ମନ୍ତ୍ରାଳୟର ବାୟୋ-ଟେକ୍‌ନୋଲୋଜି ବିଭାଗୀୟ ସଚିବ ଡ.ରେଣୁ ସ୍ୱରୂପ ମଧ୍ୟ ଉପସ୍ଥିତ ଥିଲେ ।

ଏଠାରେ ଉଲେଖ୍ ଯୋଗ୍ୟ, ମନ୍ତ୍ରାଳୟ ତରଫରୁ ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଅନଷ୍ଠୁିତ ହେଉଛି ଓ ଏହା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ବାୟୋ-ଟେକ୍‌ନୋଲୋଜି କ୍ଷେତ୍ରରେ ଭାରତର ନିଜସ୍ୱ ସଞ୍ଚଳ ତଥା କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ ସାଙ୍ଗ କୁ ସେହି କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ୩୦ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି ।

ବାୟୋ-ଟେକ୍‌ନୋଲୋଜି କ୍ଷେତ୍ରରେ ଭାରତ ଭବିଷ୍ୟତରେ ୫ ଟି୍ରଲୟିନ୍‌ ମାର୍କିନ୍‌ ଡଲାରର ବ୍ୟବସାୟ କରି ପରିବା ଆଭିମୁଖ୍ୟ ନେଇ ଏପରି ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ବିଭିନ୍ନ ଦେଶରୁ ବୈଜ୍ଞାନିକ, ଡାକ୍ତର, ଶକ୍ତି ଉଦ୍ୟୋଗୀ, ବାୟୋ-ଟେକ୍‌ନୋଲୋଜି ବିଶେଷଜ୍ଞଙ୍କୁ ମିଶାଇ ୩୫୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି । ପ୍ରାୟ ୨୫୦ଟି ଷ୍ଟାର୍ଟ ଅପ୍‌ ସମ୍ମିଳନୀରେ ସ୍ଥାନିତ ହୋଇଛି ।

Comments are closed.