Odisha Link
Bridging the Missing Links in Odisha

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ହାଇଆଲର୍ଟ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏତେ ପରିମାଣର ଆଇଇଡି ଠାବ ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି ଏବଂ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ତେବେ କଲ୍ଲାର ମୋର୍ଚ୍ଚା ନିକଟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ୟାଟ୍ରୋଲିଂ କରାଯାଉଥିବା ବେଳେ ଗତକାଲି ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଥିଲା।ଆତଙ୍କବାଦୀମାନେ ଏକ ବିରାଟ ଅଘଟଣ ସୃଷ୍ଟି କରିବା ପାଇଁ ଏଭଳି ଆଇଇଡି ଖଞ୍ଜି ଥିବାର ଜଣା ପଡିଛି। ଏହାପରେ ବୋମା ନିଷ୍କ୍ରୟ ଟିମ୍‌ ଏହାକୁ ଅକାମୀ କରି ଦେଇଛି ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଛି। ସର୍ଚ୍ଚ ଅପରେସନ ଶେଷ ନ ହେବା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ଯାତାୟାତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

Comments are closed.