Odisha Link
Bridging the Missing Links in Odisha

ଗଞ୍ଜେଇ ଚାଷକୁ ଅନୁମତି ଦେବେ ଏହି ରାଜ୍ୟ ସରକାର

ଭୋପାଲ୍‌: ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦେଲେ ନାହିଁ ଓଡ଼ିଶା ସରକାର। ହେଲେ ଖୁବଶୀଘ୍ର ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାରର ଆଇନ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବେ। ତେବେ ଏହା ଔଷଧୀୟ ଏବଂ ଶିଳ୍ପ ଆଦି ଉଦ୍ଦେଶ୍ୟରେ ଅନୁମତି ସହ ଚାଷ କରାଯାଇପାରିବ।”

ଏଥିସହ ସେ କହିଛନ୍ତି, ଗଞ୍ଜେଇକୁ ବ୍ୟବହାର କରି କର୍କଟ ରୋଗର ଔଷଧ ପ୍ରସ୍ତୁତ କରାଯାଇପାରିବ। ଏତଦ୍‌ବ୍ୟତୀତ ବାୟୋ ପ୍ଲାଷ୍ଟିକ୍‌ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ରାଜ୍ୟରେ ନୂଆ ବ୍ୟବସାୟର ସୁଯୋଗ ଦେବ ବୋଲି ସେ କହିଛନ୍ତି। ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସକୁ ସମାଲାଚନା କରିଛି ବିଜେପି। ବିଜେପି କହିଛି ଯେ, କଂଗ୍ରେସ ମଧ୍ୟପ୍ରଦେଶକୁ ପଞ୍ଜାବ ଭଳି ସ୍ତରକୁ ନେଇଯିବାର ପ୍ରୟାସ କରୁଛି। ଏହା ଚାହୁଁଛି ଲୋକେ ନିଶାଖୋର ହୁଅନ୍ତୁ।

ସୂଚନାଯୋଗ୍ୟ, ଗଞ୍ଜେଇ ଚାଷକୁ ଓଡ଼ିଶାରେ ବିଧିବଦ୍ଧ ଭାବେ ସ୍ୱୀକୃତି ପାଇଁ ମଧ୍ୟ କିଛି ଦିନ ତଳେ ପ୍ରୟାସ ଆରମ୍ଭ ହୋଇଥିଲା। ଏପରିକି ଔଷଧୀୟ ଗୁଣ ଥିବା ଯୁକ୍ତି ବାଢ଼ି ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ପରେ ଏହାକୁ ଆଇନ ବିଭାଗ ଖାରଜ କରି ଦେଇଥିଲା।

Comments are closed.