Odisha Link
Bridging the Missing Links in Odisha

ବିଧାନସଭା: ରାଜସ୍ୱ ବିଭାଗ ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ବର: ବିଧାନସଭା ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ ହୋଇଛି। ମୋଟ୍‌ ୫୪କୋଟି ୮୭ଲକ୍ଷ ୫୦ହଜାର ଟଙ୍କାର ବଜେଟ ଅନୁମୋଦନ ହୋଇଛି। ଅପରପକ୍ଷେ ଗୃହରେ ହୋଇଥିବା ଆଲୋଚନାରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଅଂଶ୍ରଗ୍ରହଣ କରିନଥିଲେ।

ଗୃହରେ ବିରେଧୀଙ୍କ ହଟ୍ଟଗୋଳକୁ ନଜରରେ ରଖି ଆସନ୍ତାକାଲି ୧୦ଟା ୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଉଲ୍ଲେଖଯୋଗ୍ୟ ଯେ ଚାଷୀ ଓ ଧାନ ସଂଗ୍ରହ ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ତାରାବାହିନୀ ପତି। ଏହାସହ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିଅମ ଆଗରେ ନାରାବାଜି କରିଥିଲେ।

Comments are closed.