Odisha Link
Bridging the Missing Links in Odisha

ଓଡ଼ିଶାବାସୀଙ୍କ ସେବା କରିବି: ଅଭୟ

ଭୁବନେଶ୍ବର: ଓଡ଼ିଶାର ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ୍‌ ଅଭୟ। ନିଯୁକ୍ତି ପାଇବା ପରେ ବରିଷ୍ଠ ଆଇପିଏସ୍‌ ଅଭୟ ଗଣମାଧ୍ୟକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡିଜିପି ଭାବେ ନିଯୁକ୍ତି ପାଇଥିବାରୁ ମୁଁ ବହୁତ ଖୁସି। ଓଡ଼ିଶାବାସୀଙ୍କ ସେବା କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଅଭୟ।

ମୋ ପାରୁପର୍ଯ୍ୟନ୍ତ ମୁଁ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ଅଭୟ। ଗତକାଲି ରାଜ୍ୟ ସରକାର ନୂଆ ଡିଜିପି ଭାବେ ଅଭୟଙ୍କ ନାମ ଘୋଷଣା କରିଛନ୍ତି। ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଅଭୟ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ସେ ଏନସିବିର ନିର୍ଦ୍ଦେଶକ ଥିଲେ।

Comments are closed.