Odisha Link
Bridging the Missing Links in Odisha

ରୋଡ୍ ରୋମିଓଙ୍କ ପାଇଁ ‘ଅନ୍ ରୋଡ୍ ପନିସମେଣ୍ଟ’

ଭୁବନେଶ୍ବର: ଭୁବନେଶ୍ବରର ରାସ୍ତାରେ ରୋଡ୍ ରୋମିଓଙ୍କୁ ସାବାଡ୍ କରିବା ପାଇଁ କମିଶନର ପୋଲିସ ଗଠନ କରିବାକୁ ଯାଉଛି ଇଭଟିଜିଂ ସ୍କ୍ୱାର୍ଡ ଗଠନ କରିବାକୁ ଯାଉଛି। ରାସ୍ତାରେ ମଝିରେ ଯୁବତୀ ଏବଂ ଛାତ୍ରୀଙ୍କୁ ହଇରାଣ କରୁଥିବା ରୋଡ୍ ରୋମିଓ ଏହି ସ୍କ୍ୱାର୍ଡ ହାବୁଡରେ ପଡିଲେ ‘ଅନ୍ ରୋଡ୍ ପନିସମେଣ୍ଟ’ ପାଇବେ। ଏହି ସ୍କ୍ୱାର୍ଡ ରୋଡ୍‌ ରୋମିଓ ମାନଙ୍କୁ ସର୍ବସାଧାରଣରେ ମାଡ ମାରିବ। ରାଜରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କମିଶନର ପୋଲିସ ଏହି ଯୋଜନା କରିଛି।ଖୁବ୍ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ରାଜଧାନୀରେ ଥିବା ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ୫/୬ ଜଣ ସାହସୀ ଛାତ୍ରୀଙ୍କୁ ଏହି ସ୍କ୍ୱାର୍ଡ ପାଇଁ ମନୋନୟନ କରାଯିବ। ଏହି ଛାତ୍ରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏଥିରେ ସେମାନଙ୍କ ସହ ଏସ୍‌ପି ଓ ସ୍ପେଶାଲ୍ ପୁଲିସ ଅଧିକାରୀମାନେ ଯୋଗ ଦେବେ। ଏହି ସ୍କ୍ୱାର୍ଡ ସହରର ବିଭିନ୍ନ ଅଞ୍ଚଳରେ ପଇଁତରା ମାରିବେ। ରୋଡ ରୋମିଓଙ୍କୁ ସାବାଡ୍‌ କରିବେ। ପୂର୍ବରୁ ରୋଡ ରୋମିଓଙ୍କୁ ସାବାଡ୍‌ କରି ଉଦାହାରଣ ସାଜିଥିବା କିଛି ଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ।

Comments are closed.