Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ରାତିରାତି କେମିତି ହେଲା ସରକାର?

ମୁମ୍ବାଇ: ରାତାରାତି ବଦଳିଗଲା ମହାରାଷ୍ଟ୍ର ରାଜନୀତିର ଚିତ୍ର। କାରଣ ରାତି ପାହିଲେ ରାଜ୍ୟପାଳଙ୍କ ପାଖକୁ ସରକାର ଗଠନ କରିବା ପାଇଁ ଯାଇଥାନ୍ତେ ଶିବସେନା, କଂଗ୍ରେସ ଓ ଏନସିପି। ହେଲେ ସବୁକିଛି ଓଲଟପାଲଟ ହୋଇଗଲା। ଆଜି ସକାଳ ପାଉ ପାଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏନସିପି ନେତା ତଥା ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍‌ ପାଓ୍ବାର। ରାତି ରାତି ସବୁକିଛି ଘଟଣା ଘଟିଥିଲା।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ରାତି ଯାକ କଣ ହୋଇଥିଲା ଜାଣନ୍ତୁ।
ନଭେମ୍ବର ୨୨ :ରାତି ୧୧.୪୫ ଅଜିତ ପାୱାର ଓ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ ଫାଇନାଲ।

ରାତି ୧୧.୫୫: ଫଡନାଭିସ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା। କେହି ଜାଣିବା ପୂର୍ବରୁ ଶପଥ ଗ୍ରହଣ ପାଇଁ ଅନୁମତି ମାଗିଲେ।
ରାତି ୧୨.୩୦: ରାଜ୍ୟପାଳ ଦିଲ୍ଲୀ ଗସ୍ତ ରଦ୍ଦ କଲେ।
ଭୋର ୨.୧୦: ରାଷ୍ଟ୍ରପତି ଶାସନ ଉଠାଇବା ପାଇଁ ଗୃହ ସଚିବଙ୍କୁ କୁହାଗଲା। ସାଢ଼େ ଛ’ଟା ସୁଦ୍ଧା ଶପଥ ଗ୍ରହଣ ଉତ୍ସବ ଆୟୋଜନ ପାଇଁ ନିର୍ଦ୍ଦେଶ।
ଭୋର ୨.୩୦ :ସଚିବ ହଁ ମାରିଲେ ଓ କହିଲେ ୭.୩୦ରେ ଶପଥ ଗ୍ରହଣ।
ସକାଳ ୫.୩୦ :ଅଜିତ ଓ ଫଡନାଭିସ ରାଜଭାବନରେ ପହଁଚିଲେ।
ସକାଳ ୫.୪୭ :ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠିଲା।
ସକାଳ ୭.୫୦: ରାଜ୍ୟପାଳ କୋଶ୍ୟାରୀଙ୍କ ଦ୍ୱାରା ଶପଥ ପାଠ କରାଗଲା।
ସକାଳ ୮.୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବଧେଇ ଜଣାଇଲେ।
ସକାଳ ୮.୪୦ :ଫଡନାଭିସ ଓ ଅଜିତ ପାୱାର ଶପଥ ଗ୍ରହଣ କରିବା ବିଷୟ ମିଡିଆରେ ପ୍ରସାରିତ ହେଲା।

Comments are closed.