Odisha Link
Bridging the Missing Links in Odisha

ପୂର୍ବରୁ କହିଥିଲି, ଏବେ ବୁଝି ପାରୁଥିବେ: ଗଡ଼କରୀ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନୀତନୀ ଗଡ଼କରୀଙ୍କ ଭବିଷ୍ୟବାଣୀ ସତ ହେଲା। ମହାରାଷ୍ଟ୍ରରେ ଆଜି ସକାଳୁ ବିଜେପି ସରକାର ଗଢ଼ିଛି। ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଅଜିତ ପାଓ୍ୱାର ଶପଥ ନେଇଛନ୍ତି।

ଆଜି କିନ୍ତୁ ଶିବସେନା-ଏନସିପି-କଂଗ୍ରେସ ନେତା ମିଶି ସରକାର ଗଢ଼ିବେ ବୋଲି ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ପାଖକୁ ଯାଇଥାନ୍ତେ। ରାତି ଅଧରେ ଯେଉଁ ରାଜନୀତିକ ସମୀକରଣ ଓଲଟ ପାଲଟ ହୋଇଛି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ରର ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ‘ପୂର୍ବରୁ କହିଥିଲି କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ। ଏବେ ମୋ କଥା ବୁଝିପାରୁଥିବେ’।

Comments are closed.