Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ଅଚାନକ ସମୀକ୍ଷା

ଭୁବନେଶ୍ୱର: ଅଚାନକ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ସମୟରେ ଚିରାଚରିତ ପୋଷାକରୁ ଟିକେ ଅଲଗା ପୋଷାକ ପିନ୍ଧିଥିଲେ ନବୀନ। ଆଜି ସକାଳୁ ବିଜେଡିର କିଛି ନେତାଙ୍କୁ ନବୀନ ନିବାସ ଯିବାକୁ ଡାକରା ମିଳିଥିଲା।

ଫଳରେ ନେତାମାନେ ଆସି ପହଞ୍ଚିଥିଲେ ନବୀନ ନିବାସରେ। ଦଳର ସଭ୍ୟସଂଗ୍ରହ ଅଭିଯାନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଦଳୀୟ ସୁପ୍ରିମୋ। କମ୍ ସଭ୍ୟ ସଂଗ୍ରହ କରିଥିବା ନେତା ଆସିଥିଲେ ମୁଖିଆଙ୍କ ନଜରରେ । ସେ ସମସ୍ତଙ୍କୁ ଡକାଯାଇଥିଲା ନବୀନ ନିବାସ, ମୁଖ୍ୟମନ୍ତ୍ରୀ କରିଥିଲେ ବୈଠକ। ଡିସେମ୍ୱର ୫ ସୁଦ୍ଧା ସଭ୍ୟ ସଂଗ୍ରହ ଅଭିଯାନ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଦଳୀୟ ନେତା ତତ୍ପର ହୋଇପଡିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସରପ୍ରାଇଜ୍ ସମୀକ୍ଷାକୁ ନେଇ ନେତାଙ୍କ ମଧ୍ୟରେ ଛନକା ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ଗତଥର ୪୫ ଲକ୍ଷ ସଭ୍ୟ ବିଜେଡିରେ ଥିଲେ। ଏଥର ଗତଥରର ସଂଖ୍ୟାରୁ ୫୦ ପ୍ରତିଶତ ଅଧିକ ସଭ୍ୟ ସଂଗ୍ରହର ଟାର୍ଗେଟ ରହିଛି। ପୂର୍ବରୁ ଅକ୍ଟୋବର ୩୧ ସୁଦ୍ଧା ସରୁଥିବା ବିଜେଡ଼ିର ସଭ୍ୟସଂଗ୍ରହ ଅଭିଯାନକୁ ଆଉ ୪ ସପ୍ତାହ ବୃଦ୍ଧି କରାଯାଇଥିଲା। ଏବେ ଡିସେମ୍ୱର ୫ ସୁଦ୍ଧା ସବୁ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ।

Comments are closed.