ସଂସଦରେ ମହାରାଷ୍ଟ୍ର ରାଜନୈତିକ ଝଡ଼

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିବା କ୍ଷମତା ଯୁଦ୍ଧ ଏବେ ଦିଲ୍ଲୀରେ। କ୍ଷମତା ପାଇଁ ଦେଖିବାକୁ ମିଳିଥିବା ମହାସଂଗ୍ରାମ ମୁମ୍ବାଇରୁ ଦିଲ୍ଲୀ ଯାଏଁ ରାଜନୀତି ସରଗରମ। ଆଜି ମହାରାଷ୍ଟ୍ର ରାଜନୀତିକୁ ନେଇ ସଂସଦରେ ଦେଖିବାକୁ ମିଳିଛି ହଟ୍ଟଗୋଳ। ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହାରାଷ୍ଟ୍ରର ସ୍ଥିତିକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ଗୃହରେ ହଟ୍ଟଗୋଳ ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏଁ ଲୋକସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି ।
ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ମହାରାଷ୍ଟ୍ର ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆଉ ଯେଉଁଥିପାଇଁ ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏଁ ମୁଲତବି ଘୋଷଣା କରାଯାଇଛି।
Comments are closed.