Odisha Link
Bridging the Missing Links in Odisha

ବେକାରୀ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର: ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି ଦେଖାଦେଇଛି। ବେରୋଜଗାର ପୁରୁଷ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଅଛି। ପ୍ରତି ୧୦ ଜଣ ନିଯୁକ୍ତି ଆଶାୟୀଙକ ମଧ୍ୟରୁ ୩ ଜଣ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ମିଳିଛି ଏଭଳି ଉଦ୍‌ବେଗଜନକ ତଥ୍ୟ । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସ ରିପୋର୍ଟ ମୁତାବକ ଜାତୀୟ ହାରକୁ ବହୁ ପଛରେ ପକାଇ ପୁରୁଷ ବେକାର କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନରେ ଅଛି।

ରାଜ୍ୟରେ ୧୫ରୁ ୨୯ ବର୍ଷ ବୟସ ଭିତରେ ଚାକିରି ଆଶାୟୀ ବେରୋଜଗାର ଯୁବକଙ୍କ ହାର ସାରା ଦେଶରେ ସର୍ବାଧିକ ୩୨ ପ୍ରତିଶତ। ଯେତେବେଳେ କି ଜାତୀୟ ହାର ୨୦.୯ ପ୍ରତିଶତ। ମହିଳା ବେକାରୀଙ୍କ ହାର ୩୯.୨ ପ୍ରତିଶତ। ମହିଳା ବେକାରୀ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ପଞ୍ଚମ। ଉଭୟ ବେକାର ପୁରୁଷ ଓ ମହିଳାଙ୍କ ସାମଗ୍ରିକ ହାରରେ ଓଡ଼ିଶା ତୃତୀୟ ସ୍ଥାନରେ। ଓଡ଼ିଶା ଉପରକୁ ରହିଛି ଜାମ୍ମୁ-କାଶ୍ମୀର ଓ କେରଳ । ସେହିପରି ୧୫ ବର୍ଷରୁ ଅଧିକ ବୟସ ବର୍ଗର ସାମଗ୍ରିକ ବେରୋଜଗାର ହାରରେ ମଧ୍ୟ ଓଡ଼ିଶା ସବୁ ରାଜ୍ୟକୁ ପଛକୁ ଠେଲି ୧୫.୭ ପ୍ରତିଶତ ସହ ନମ୍ବର ଓ୍ୱାନ୍ ସ୍ଥାନ ହାସଲ କରିଛି।

Comments are closed.