ବିଧାନସଭା: ୨୦ ମିନିଟ୍ ମୁଲତବି କଲେ ବାଚସ୍ପତି

ଭୁବନେଶ୍ବର: ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୨୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ତିର୍ତ୍ତୋଲ ଅଞ୍ଚଳର ଝିଅକୁ ହତ୍ୟା ଘଟଣା ପ୍ରସଙ୍ଗ ଉଠାଇଥଲେ କଂଗ୍ରେସ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର ଏ ପ୍ରସଙ୍ଗ ଉଠାଇବାପରେ ଗୃହରେ ହଙ୍ଗାମା ଓ ହଟ୍ଟଗୋଳ ହୋଇଥିଲା।
ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ହଟ୍ଟଗୋଳକୁ ନଜରରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୨୦ ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି।