Odisha Link
Bridging the Missing Links in Odisha

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ନବରଙ୍ଗପୁର: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି। ନବରଙ୍ଗପୁରର ଘରୋଇ ସଂସ୍ଥା ଜୀବନ ଆଶା ସଂସ୍ଥାପକଙ୍କ ପୁଅ ବିରୋଧରେ ଅଭିଯୋଗ କରିଛନ୍ତି ସଂପୃକ୍ତ ଛାତ୍ରୀ।
ମିଳିଥିବା ସୂଚନା ଅନୁସାରେ ଖାତିଗୁଡା ଗାଁରେ ଥିବା ଜୀବନ ଆଶା ଛାତ୍ରାବାସରେ ରହି ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୧୮ ତାରିଖ ଅପରାହ୍ନରେ ଛାତ୍ରୀଜଣଙ୍କ ତାଙ୍କ ରୁମରେ ଡ୍ରେସ୍ ବଦଳାଉଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଅସଦାଚରଣ କରିଥିବା ଛାତ୍ରୀ ଜଣଙ୍କ ଅଭିଯେ।ଗ ଆଣିଛନ୍ତି। ତେବେ କୌଶଳ କରି ଛାତ୍ରୀ ସେଠାରୁ ଖସି ଆସି ସମ୍ପୃକ୍ତ ଯୁବକଙ୍କ ନାଁରେ ଏତଲା ଦେଇଛନ୍ତି। ପୋଲିସ ନାବାଳିକାଙ୍କୁ ନବରଙ୍ଗପୁର ସିଡବ୍ଲୁସିକୁହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.