Odisha Link
Bridging the Missing Links in Odisha

ଦୁର୍ବଳ ହେଉଛି ଟଙ୍କାର ମୂଲ୍ୟ

ମୁମ୍ବାଇ: ବର୍ତ୍ତମାନ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଟଙ୍କା ମୂଲ୍ୟକୁ ସହ ପରିପୂରକ ଥବା ଅଭିବୃଦ୍ଧି ହାର କମୁଥିବାରୁ ଏହାର ମୂଲ୍ୟ ପ୍ରଭାବିତ ହେଉଛି। ଅଭିବୃଦ୍ଧି କମିଲେ ପୁଞ୍ଜିନିବେଶ ଆସିବା କମିଯିବ ଯାହାର ପ୍ରଭାବରେ ଟଙ୍କା ଦୁର୍ବଳ ହୋଇପଡ଼ିବ ବୋଲି ମୁଦ୍ରା ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହୁଛନ୍ତି। ଭାରତର ଅଭିବୃଦ୍ଧି ହାର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ୫% ତଳକୁ ଖସିଯିବ ବୋଲି ଆକଳନ କରାଯାଉଛି ଫଳରେ ଆଗାମୀ ଦିନରେ ଏହି ସ୍ଥିତି ଆହୁରି ଖରାପ ହେବ। ସରକାରଙ୍କ ଋଣ ବୋଝ ଅଧିକ ରହିବା ଏବଂ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ସଙ୍କଟ ଯୋଗୁ ଟଙ୍କା ମୂଲ୍ୟ କମିବାରେ ଲାଗିଛି। ଏହା ଡଲାର ଏବଂ ଅନ୍ୟାନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଦୁର୍ବଳ ହେଉଛି।

ଚଳିତ ମାସରେ ଆମେରିକୀୟ ଡଲାର କିଣିବା ଲାଗି ୭୧ ଟଙ୍କା ୭୧ ପଇସା ଦେବାକୁ ପଡୁଛି। ଟଙ୍କା ଯେତିକି ଦୁର୍ବଳ ହେବ ଆମଦାନିକାରୀ ଓ ରପ୍ତାନିକାରୀମାନେ ସେତିକି ପ୍ରଭାବିତ ହେବେ। ବ୍ୟାଙ୍କଗୁଡ଼ିକ ଉପରେ ମଧ୍ୟ ତାହାର ପ୍ରଭାବ ପଡ଼ିବ। ଦେଶକୁ ବିଦେଶୀ ପୁଞ୍ଜିନିବେଶ ଆଗମନ ବୃଦ୍ଧି ପାଇଲେ ଡଲାର ତୁଳନାରେ ଟଙ୍କା ଦୃଢ଼ ହୋଇପାରିବ।

Comments are closed.