Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ଘରୋଇ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର: ଆଜିଠୁ ବନ୍ଦ ହେଲା ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ। ଏହି ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ବସଷ୍ଟାଣ୍ଡକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ। ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ଘରୋଇ ବସ ମାଲିକ ସଙ୍ଘର ବିରୋଧ ଯୋଗୁଁ ମଙ୍ଗଳବାର ସକାଳୁ ବ୍ରହ୍ମପୁର ସହରରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି। ବସ ବନ୍ଦ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସହର ଭିତରେ ଥିବା ନୂଆ ବସଷ୍ଟାଣ୍ଡର ମରାମତି ସକାଶେ ସମସ୍ତ ଯାତ୍ରୀବାହୀ ବସ ନବନିର୍ମିତ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା। ହେଲେ ଏହି ନିଷ୍ପତ୍ତିକୁ ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଙ୍ଘ ବିରୋଧ କରିବା ସହ ଆଜିଠାରୁ ସମସ୍ତ ବସ ଚଳାଚଳ ବନ୍ଦ କରିଦେଇଛନ୍ତି। ଫଳରେ ବ୍ରହ୍ମପୁରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ପ୍ରାୟ ୪୫୦ ବସ ଅଟକି ରହିଛି। ଏପଟେ ପ୍ରଶାସନ ପକ୍ଷରୁ ଅଧିକ ଓସଆରଟିସି ବସ ମଗାଯାଇ ଯାତ୍ରୀଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଉଛି।

Comments are closed.