Odisha Link
Bridging the Missing Links in Odisha

ଏବେ ଖୋଲିବନି ରତ୍ନ ଭଣ୍ଡାର: ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ। ଆଜି ଜଟଣୀ ବିଧାୟକ ସୁର ରାଉତାରାୟ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚାରିଥିଲେ। ସୁରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି ଯେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ । ଶେଷଥର ପାଇଁ ୧୯୮୫ ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ବୋଲି କହିଛନ୍ତି ପ୍ରତାପ। ଏଥିସହିତ ତନଖି ପାଇଁ ଏବେ ରତ୍ନଭଣ୍ଡାର ଖୋଲିବା ନେଇ କିଛି ପ୍ରସ୍ତାବ ନାହିଁ । ରତ୍ନଭଣ୍ଡାର ଅଡିଟ ସହ ତାଲିକା ସାର୍ବଜନୀନ ପଦକ୍ଷେପ ନିଆଯାଇନି ବୋଲି କହିଛନ୍ତି ପ୍ରତାପ ଜେନା।

ତେବେ ଭିତର ରତ୍ନ ଭଣ୍ଡାର ହିସାବ ଦେଇଛନ୍ତି ସରକାର। ରତ୍ନ ଭଣ୍ଡାରରେ ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଅଛି। ୨୩୬ ଗୋଟି ରୂପା ସାଙ୍ଗକୁ ୧୮,୮୧୫ ଓ ୬ ଅଣା ଭରି ମୂଲ୍ୟବାନ ପଥର ରହିଛି। ୮ଟି ମୂର୍ତ୍ତି, ୬ ଗୋଟି ରୂପା ବାସନ ଓଜନ ହୋଇନଥିବାରୁ ତାହାର ଆକଳନ ହୋଇନାହିଁ।

Comments are closed.