Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର

ଉମରକୋଟ: ଭାରସାମ୍ୟ ହରାଇ ଓଲଟିପଡିଛି ଟ୍ରାକ୍ଟର। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଫୁପୁଗାଁ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ଜଣରୁ ଅଧିକ ମହିଳା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚାନ ଅନୁସାରେ ପୂର୍ଣ୍ଣଗୁଡାରୁ ଭାଲୁକାନାଡି ଗାଁକୁ ଏକ ଟ୍ରାକ୍ଟର ଯୋଗେ ୩୦ଜଣରୁ ଅଧିକ ମହିଳା ଯାଉଥିଲେ। ଝରିଗାଁ ଥାନା ଫୁପୁଗାଁ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରାକ୍ଟରେ ଯାତ୍ରା କରୁଥିବା ୩୦ଜଣ ମହିଳାଙ୍କ ମଧ୍ୟରୁ ୧୫ରୁ ଅଧିକ ମହିଳା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

Comments are closed.