Odisha Link
Bridging the Missing Links in Odisha

ଉତକ୍ଷେପଣ ହେଲା ‘କାର୍ଟୋସାଟ୍-୩’

ଆନ୍ଧ୍ରପ୍ରଦେଶ: ଇସ୍ରୋ ରଚିଲା ଇତିହାସ। ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍ ୩’। ପିଏସଏଲଭି-ସି-୪୨ ରକେଟ୍ ଜରିଆରେ ଛଡାଗଲା ଉପଗ୍ରହ। ୨୭ ମିନିଟରେ ଅରବିଟରେ ପହଞ୍ଚିବ ୧୪ଟି ଉପଗ୍ରହ। ଆମେରିକାର ୧୩ଟି ନାନୋ ଉପଗ୍ରହର ଉତକ୍ଷେପଣ। ପ୍ରତିରକ୍ଷା ଦୃଷ୍ଟିରୁ କାର୍ଟୋସାଟ୍ ୩ ଉପଗ୍ରହ ଭାରତୀୟ ସେନା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ରହିବ। କାରଣ କାର୍ଟୋସାଟ୍ ୩ ଉପଗ୍ରହରେ ଅତ୍ୟନ୍ତ ଶକ୍ତିଶାଳୀ କ୍ୟାମେରା ଖଞ୍ଜା ଯାଇଛି। ଏହି କ୍ୟାମେରା ଜରିଆରେ ମହାକାଶରୁ ମାଟିରୁ ଗୋଟିଏ ଫୁଟ ଉଚ୍ଚ ଯାଏଁ ଫଟୋ ନିଆଯାଇ ପାରିବ। ଏହି ଫଟୋରୁ ସମସ୍ତ ଜିନିଷକୁ ଅତି ସ୍ପଷ୍ଟ ଭାବରେ ଦେଖାଯାଇପାରିବ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ଆଜି ଯାଏଁ କୌଣସି ଦେଶ ମହାକାଶକୁ ଏତେ ଶକ୍ତିଶାଳୀ କ୍ୟାମେରା ଉପଗ୍ରହରେ ପଠାଇ ନାହିଁ। ପିଏସଏଲଭି ସି ୪୭ ଉପଗ୍ରହକୁ ଏହାର କକ୍ଷ ପଥରେ ପହଁଚାଇବ। ପିଏସଏଲଭି ସି ୪୭ର ଓଜନ ରହିଛି ୧୬ ଶହ ୨୫ କେଜି। ପାଣିପାଗ ସହିତ ବିପର୍ଯ୍ୟୟ ସମୟରେ ଏହା ବେଶ୍ ସହାୟକ ହେବ ବୋଲି କୁହାଯାଉଛି। କାର୍ଟୋସାଟ୍ ୩ ଉପଗ୍ରହ ମହାକାଶରେ ୫ ବର୍ଷ ପାଇଁ ସେବା ଯୋଗାଇବ।

Comments are closed.