Odisha Link
Bridging the Missing Links in Odisha

ଆଇନ ଉଲ୍ଲଂଘନ କରିନି: ଜ୍ୟୋତିପ୍ରକାଶ

ଭୁବନେଶ୍ୱର: ମୁଁ କୌଣସି ପ୍ରକାର ଆଇନ ଉଲ୍ଲଂଘନ କରିନାହିଁ। ଏହା କହିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ୨ ଜଣ ମହିଳାଙ୍କ ସହ ନିଜର ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ସେ ଏଭଳି କହିଛନ୍ତି। ଏଥିସହ ସରକାରୀ ପାଣ୍ଠିରୁ ଗୋଟିଏ ଟଙ୍କା ବି ବ୍ୟୟ କରାଯାଇନଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ନାୟକ ଏକ ସଂଗୀନ ଅଭିଯୋଗ ଆଣିଥିଲେ। ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ରୋଡ ସୋ’ ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସରକାରୀ ଅର୍ଥରେ ହାଇଦ୍ରାବାଦ ଯାଇଥିଲେ। ତେବେ ମନ୍ତ୍ରୀ ସାଥିରେ ୨ ଜଣ ମହିଳାଙ୍କୁ ନେଇଥିଲେ। ସମ୍ପୃକ୍ତ ୨ ଜଣ ମହିଳାଙ୍କ ବିମାନ ଓ ହୋଟେଲ ବାବଦକୁ ଖର୍ଚ୍ଚ ମନ୍ତ୍ରୀ ଶ୍ରୀ ସାହୁ ସରକାରୀ ଅର୍ଥରେ ଖର୍ଚ୍ଚ କରିଛନ୍ତି। ମନ୍ତ୍ରୀଙ୍କ ସହ ଯାଇଥିବା ସେହି ୨ ମହିଳା କିଏ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କିଭଳି ସରକାରୀ ଅର୍ଥ ଖର୍ଚ୍ଚ କଲେ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଥିଲେ।
ତେବେ ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇଇଥିଲା। ଆଜି ବିଧାୟକ ପ୍ରଦୀପ୍ତ ନାଏକ, ତାରା ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ଉଠାଇଥିଲେ। ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ୨ ମହିଳା କିଏ ବୋଲି ସମ୍ପୃକ୍ତ ୩ ନେତା ପ୍ରଶ୍ନ କରିଥିଲେ।

Comments are closed.