Odisha Link
Bridging the Missing Links in Odisha

୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

ବୌଦ୍ଧ: ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ କଣ୍ଟାମାଳ ବନ୍ଦ। କୋଶଳ ସମନ୍ବୟ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ରହିଛି।
ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ସବଡିଭିଜନ ଘୋଷଣା, କଣ୍ଟାମାଳକୁ ସୋନପୁର ତରଭା ବ୍ଲକ ସହ ସଂଯୋଗ କରୁଥିବା ତେଲ ନଦୀରେ ବ୍ରିଜ ନିର୍ମାଣ କାମ ଶୀଘ୍ର ସାରିବା, କଣ୍ଟାମାଳ ଓ ଖାଲିଆପାଲି ପଂଚାୟତରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଦାବି ନେଇ ବନ୍ଦ ପାଳନ କରାଯାଇଛି। କୋଶଳ ସମନ୍ବୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ କଣ୍ଟାମାଳ ବନ୍ଦ ପାଳନ କରାଯାଇଛି। ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। ବନ୍ଦକୁ ସମର୍ଥନ ଦେଇଛନ୍ତି ଜନସାଧାରଣ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Comments are closed.