Odisha Link
Bridging the Missing Links in Odisha

ହସ୍ପିଟାଲ ନିର୍ମାଣ ଦାବିରେ ଆନ୍ଦୋଳନ

ପାରାଦୀପ: ପାରାଦୀପସ୍ଥିତ ଭୂତମୁଣ୍ଡାଇ ନିକଟରେ ଏକ ସୁପର ହସ୍ପିଟାଲ ନିର୍ମାଣ ଦାବି ରେ ଆନ୍ଦୋଳନକୁ ଓହ୍ଲାଇଛି ଆଞ୍ଚଳିକ ସୁରକ୍ଷା ସମିତି। ଦୀର୍ଘ ୧୨ କିଲୋମିଟର ଧରି ଭୂତମୁଣ୍ଡାଇ ଠାରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମାନବ ଶୃଙ୍ଖଳ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ।
ସୂଚନା ଅନୁସାରେ ଦୀର୍ଘ ଦିନ ଧରି ମେଡ଼ିକାଲ ନିର୍ମାଣ ଦାବିରେ ଅନେକ ଥର ଆନ୍ଦୋଳନକୁ ଓହ୍ଲାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ ଆଜି ଏକ ଭିନ୍ନ ଢ଼ଙ୍ଗରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। କୁଜଙ୍ଗ ବ୍ଲକ ର ପ୍ରାୟ ୧୯ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ହାତକୁ ହାତ ଧରି ଆନ୍ଦୋଳନ ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Comments are closed.