Odisha Link
Bridging the Missing Links in Odisha

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିମନ୍ଧ ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀ ବଳାତ୍କାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ନାବାଳିକା ଜଣକ ଘରେ ତାଙ୍କ ମା’ଙ୍କ ସହିତ ଥିବାବେଳେ ପଡ଼ୋଶୀ ଘରର ଜଣେ ଯୁବକ ବାହାନା କରି ତାଙ୍କୁ ବାହାରକୁ ଡାକିଥିଲେ। ପରେ ସେଠାରୁ ତାଙ୍କୁ ଘର ନିକଟରେ ଥିବା ଅନ୍ୟ ଏକ ପରିତ୍ୟକ୍ତ ଘରକୁ ନେଇଯାଇ ବଳାତ୍କାର କରିଥିଲେ। ଛାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ସହିତ ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.