Odisha Link
Bridging the Missing Links in Odisha

ପୁଲିସ ନଧରିଲେ ବି ଜରିମାନା!

ଭୁବନେଶ୍ୱର: ଆପଣଙ୍କ ଜାଣତରେ ହେଉ କି ଅଜାଣତରେ ହେଉ ବେଳେ ବେଳେ ଆପଣମାନେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ହସି ଦେଇ ଚାଲିଯାଆନ୍ତି। ହେଲେ ଆପଣଙ୍କୁ ପୁଲିସ ଧରିନାହିଁ। ତେବେ ଭାବନ୍ତୁ ନାହିଁ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବନି। ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ନଧରିଲେ ବି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ। ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଟ୍ୱିନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଟ୍ରାଫିକ ନିୟମ ଉଲ୍ଲଂଘନ କଡ଼ାକଡ଼ିଭାବେ ଯାଞ୍ଚ କରାଯାଉଛି। କେହି ଧରାପଡ଼ିଲେ ଜରିମାନା ଚାଲାଣ କଟାଯିବ। ଜରିମାନା ନଦେଲେ ବି ଖିଲାପିଙ୍କ ଖାତାରେ ବକେୟା ପଡ଼ିବ। ଆରଟିଓଙ୍କ ଅଫିସରେ ଖାତାରେ ଜରିମାନା ଗଡ଼ି ଚାଲିବ। ଆରଟିଓ ଖାତାରେ ଗଡ଼ୁଥିବା ଜରିମାନା ସୁଧ ସହ ଦେବାକୁ ପଡ଼ିବ। ତେବେ ଆମେ ଲୋକଙ୍କ ସହ ଯୁକ୍ତିତର୍କ ନକରିବାକୁ ଆମ କର୍ମଚାରୀଙ୍କୁ କହିଛୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ଶ୍ରୀ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଭଲରେ ନଦେବେ ତାଙ୍କ ଜରିମାନା ଖାତାରେ ଗଡ଼ିବ । ଏମିତିକି ପୁଲିସ ନଧରିଲେ ବି ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ । ନିୟମ ଉଲ୍ଲଂଘନକାରୀଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯିବ । ସିସିଟିଭିରେ ଚିହ୍ନଟ ଖିଲାପୀଙ୍କ ନିକଟକୁ ଚାଲାଣ ପଠାଯିବ । ପୁଲିସ ହାବୁଡ଼ରୁ ଖସିଲେ ବି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କାରାଯିବ ବୋଲି ସେ କହିଛନ୍ତି ।

Comments are closed.