Odisha Link
Bridging the Missing Links in Odisha

କଟକ ମଙ୍ଗଳାବାଗରେ ଅଗ୍ନିକାଣ୍ଡ

କଟକ : ଆଜି କଟକର ମଙ୍ଗଳାବାଗ ସ୍ଥିତ ଏକ ପ୍ଲାଷ୍ଟିକ ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି । କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳି ନାହିଁ। ସୂଚନା ଅନୁସାରେ ଇନ୍ୟ କୌଣସି ଘରେ ନିଆଁ ଲାଗି ନାହିଁ । ଗୋଦାମରୁ ଧୁଆଁ ବାହାରିବାପରେ ଅନ୍ୟମାନେ ନିଆଁ ଲାଗିଥିବାର ସୂଚନା ପାଇଥିଲେ ।

ସୂଚନା ଅନୁସାରେ ଦୋକାନ ନିକଟରେ ଥିବା ବ୍ୟାଙ୍କକୁ ନିଆଁ ବ୍ୟାପିନଥିବା ସହ ବ୍ୟାଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ ।

Comments are closed.