Odisha Link
Bridging the Missing Links in Odisha

ଆରମ୍ଭ ହେଲା ମହାରାଷ୍ଟ୍ର ବିଧାନସଭା, ବିରୋଧୀଙ୍କ ହଟ୍ଟଗୋଳ

ମୁମ୍ବାଇ: ଆଜି ଆରମ୍ଭ ହେଲା ମହାରାଷ୍ଟ୍ର ବିଧାନସଭା। ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ବିଜେପି ବିଧାୟକ ଦେବେନ୍ଦ୍ର ଫଡନାଭିସ୍‌ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଧାନସଭା ଅଧିବେଶନ ନିୟମ ଅନୁଯାୟୀ ହୋଇନାହିଁ। ଅଧିବେଶନ ଆରମ୍ଭରେ ବନ୍ଦେ ମାତରମ୍‌ କାହିଁକି କୁହାଯାଇନାହିଁ। ଏହା ନିୟମର ଅପବ୍ୟବହାର ହୋଇଛି ବୋଲି ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି।

ଏଥିସହିତ ଗୃହରେ ଅସ୍ଥାୟୀ ବାଚସ୍ପତି ପରିବର୍ତ୍ତନ ପ୍ରସଙ୍ଗ ଉଠାଇଲେ ଫଡନାଭିସ୍। ଅସ୍ଥାୟୀ ବାଚସ୍ପତି ବଦଳାଇବାର କାରଣ କ’ଣ ଥିଲା ବୋଲି ପ୍ରଶ୍ନ କଲେ ଦେବେନ୍ଦ୍ର। ଅନ୍ୟପଟେ ଅସ୍ଥାୟୀ ବାଚସ୍ପତି ଦିଲ୍ଲୀପ ପାଟିଲ ଗୃହରେ ଶାନ୍ତି ବଜାୟ ରଖିବା ପାଇଁ କହିଛନ୍ତି। ଅଧିବେଶନ ଆରମ୍ଭ କରିବା ପାଇଁ ରାଜ୍ୟପାଳ ଅନୁମତି ଦେଇଛନ୍ତି ବୋଲି କହିଛନ୍ତି ଶ୍ରୀ ପାଟିଲ ।

ସୂଚନାଯୋଗ୍ୟ ଆଉ ଅଳ୍ପ ସମୟ ପରେ ଉଦ୍ଧବ ସରକାର ଗୃହରେ ବହୁମତ ସାବ୍ୟସ୍ତ କରିବେ।

Comments are closed.