Odisha Link
Bridging the Missing Links in Odisha

ଟୁଇଷ୍ଟ୍ ପରେ ଟୁଇଷ୍ଟ୍ ଦେଉଛି ବିଗ୍ ବସ୍

ମୁମ୍ବାଇ : ଟେଲିଭିଜନ ଜଗତର ସବୁଠୁ ଲୋକପ୍ରିୟ ହାସଲ କରିଥିବା ସିରିୟଲ ବିଗ୍ ବସ୍ ୧୩ । ଏହାର ଆରମ୍ଭରେ ଅନେକ ବିବାଦ ସୃଷ୍ଟି ହୋଇ ,ଏହାକୁ ବନ୍ଦ କରିବାକୁ ମଧ୍ୟ କୁହା ଯାଇଥିଲା ।କିନ୍ତୁ କିଛି ଦିନ ହେବ ଏହାର ଟିଆରପି ବଢ଼ିବାରେ ଲାଗିଛି । ବିଗ୍ ବସ୍ ରେ  ଟୁଇଷ୍ଟ୍ ପରେ ଟୁଇଷ୍ଟ୍  ଦେଖିବାକୁ ମିଳୁଛି ।

ପ୍ରଥମେ ଶୋ’ଟି ୧୦୦ ସପ୍ତାହ ହେବାକୁ ଥିଲା କିନ୍ତୁ ଏହାର ସମୟ ବୃଦ୍ଧି କରାଯାଇଛି । ଏବେ ଶୋରେ ଏକ ଆଉ ଗୋଟି ଟୁଇଷ୍ଟ ଦେଖିବାକୁ ମିଳିବ । ତାହା ହେଲା ଏବେ ଆଉ ଜଣେ ଘରକୁ ଏଣ୍ଟ୍ରି କରିପାରନ୍ତି । ସେ ହେଲେ ବିଶାଲ୍‌ ଆଦିତ୍ୟ ସିଂହଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧୁରିମା ତୁଲୀ। ଦୁହିଁଙ୍କୁ ‘ନଚ୍ ବଲିୟେ ୯’ ଏକାଠି ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ମଧୁରିମାଙ୍କ ସହିତ ‘ବିଗ୍‌ ବସ୍‌’ ନିର୍ମାତା ଡିଲ୍‌ ଫାଇନାଲ୍‌ ହୋଇସାରିଛି। ସେ ଖୁବ୍‌ଶୀଘ୍ର ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀ ଭାବେ ‘ବିବି’ ଘରେ ଏଣ୍ଟ୍ରି କରିପାରନ୍ତି। ‘ନଚ୍‌ ବଲିୟେ’ରେ ବିଶାଲ୍‌ଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଭଲ ଲାଗିଥିଲା। ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଥିଲା। ଏହା ଦେଖି ‘ବିଗ୍‌ ବସ୍‌’ର ନିର୍ମାତା ତାଙ୍କୁ ଶୋ’ରେ ସାମିଲ କରିବାକୁ ଚାହିଁଥିଲେ ।

ହେଲେ ଏହି ଶୋ’ରେ ବିଶାଲ୍‌ ସେମିତି କିଛି କମାଲ୍‌ କରିପାରୁ ନାହାନ୍ତି। ଘର ଏ ଦୁହିଁଙ୍କ ଝଗଡ଼ା ଓ ଲଢ଼େଇ ‘ନଚ୍‌ ବଲିୟେ’କୁ ହାଇ ଟିଆର୍‌ପି ଦେଇଥିଲା। ଦେବୋଲିନାଙ୍କ ଦେହ ଭଲ ନାହିଁ ଓ ଡ଼ାକ୍ତର ତାଙ୍କୁ ଗୋଟେ ସପ୍ତାହ ଆରାମ ନବାକୁ କହିଛନ୍ତି । ସୂଚନାଅନୁସାରେ ଏହି କାରଣରୁ ସେ ଶୋରୁ ବିଦାୟ ନେଇପାରନ୍ତି ।

Comments are closed.