Odisha Link
Bridging the Missing Links in Odisha

ତବଲା ବାଦକ ରାଧାକାନ୍ତଙ୍କ ପରଲୋକ

କଟକ: ଓଡ଼ିଶାର ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ସେ ବହୁ ଓଡ଼ିଆ ଫିଲ୍ମ ଓ ଭଜନର ବହୁ କାର୍ଯ୍ୟକ୍ରମରେ ତାବଲା ବାଦ୍ୟରେ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି। ତାଙ୍କ ମୃତ୍ୟୁରେ କଳାକାର ଜଗତ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.