Odisha Link
Bridging the Missing Links in Odisha

ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ

ମୁମ୍ବଇ: ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଉଦ୍ଧବ ଠାକରେ ଶନିବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାର ମୋଟ ୨୮୮ ସଦସ୍ୟଙ୍କ ମଧ୍ୟରୁ ଉଦ୍ଧବ ୧୬୯ ସଦସ୍ୟଙ୍କ ସମର୍ଥନ ପାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଉଦ୍ଧବଙ୍କ ବିପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନା ଭୋଟ ଦେଇ ନ ଥିଲେ ହେଁ ଭୋଟିଂରୁ ବିରତ ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ବହୁମତ ପରୀକ୍ଷଣର ସିଧା ପ୍ରସାରଣ କରାଯାଇଥିଲା। ଏଥିରେ ଗୁପ୍ତ ବାଲଟର ବ୍ୟବହାର ହୋଇ ନ ଥିଲା। ତେବେ ବିଜେପି ଏହି ବହୁମତ ପରୀକ୍ଷାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା। ବିଜେପି ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରି ନ ଥିଲେ। ସେମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।
ବିଧାନସଭାରେ ମୋଟ ୨୮୮ ଆସନ ଥିବାବେଳେ ସେଥିରୁ ଶିବସେନାର ୫୬, ଏନସିପିର ୫୪ ଏବଂ କଂଗ୍ରେସର ୪୪ ସଦସ୍ୟ ରହିଛନ୍ତି। ଏହି ୩ଦଳ ମେଣ୍ଟ କରି ସରକାର ଗଠନ କରିଥିବାରୁ ତିନି ଦଳର ସଦସ୍ୟ ସଂଖ୍ୟା ୧୫୪ ରହିଛନ୍ତି, ଯାହା ଆସ୍ଥା ଭୋଟରେ ବିଜୟ ପାଇଁ ଯଥେଷ୍ଟ। ଏହା ବ୍ୟତୀତ ୧୬୯ ସଦସ୍ୟ ମେଣ୍ଟ ସମର୍ଥନରେ ଭୋଟ ଦେଇଛନ୍ତି। ବିଜେପିର ୧୦୫ ସଦସ୍ୟ ଗୃହ ବାହାରେ ରହିଥିଲେ।

Comments are closed.