Odisha Link
Bridging the Missing Links in Odisha

ବୁଲେଟ ଟ୍ରେନ ଯୋଜନାର ହେବ ସମୀକ୍ଷା: ଉଦ୍ଧବ

ମୁମ୍ବାଇ: ବିଜେପିଠୁ ଦୁରେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଉପରେ ରୋକ ଲଗାଇଛନ୍ତି।। ଭାରତରେ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ କରିବାକୁ ମୋଦି ଯେଉଁ ସ୍ୱପ୍ନ ଦେଖିଥିଲେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଉପରେ ରୋକ ଲଗାଇଛନ୍ତି। ଏଥିସହ ଏହି ପ୍ରକଳ୍ପର ସମୀକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଛନ୍ତି, “ଆମେ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବୁ। ଏଥିରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା କେତେ ବାଟ ସରିଛି ଓ ଏହା ଦ୍ୱାର କ’ଣ ଲାଭ ହେବ ସେ ବିଷୟରେ ତର୍ଜମା କରିବୁ।”

ଏବେ ବୁଲେଟ ଟ୍ରେନ ପ୍ରକଳ୍ପ ନିର୍ମାଣ ଉପରେ ରୋକ ଲାଗିଥିବା ଜଣାପଡ଼ିଛି। ଏହାର ସମୀକ୍ଷା କରାଯିବା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୧.୧ ଲକ୍ଷ କୋଟି ଟଙ୍କାରୁ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି ୫୦% ଅର୍ଥ ଋଣ ଆକରରେ ଦେବ। ଏଥିପାଇଁ ୫୦ ବର୍ଷ ସମୟରେ ୦.୧% ସୁଧ ଲାଗିବ। ଏହାବାଦ ଗୁଜରାଟ ଓ ମହାରାଷ୍ଟ୍ର ସରକାର ୫ ହଜାର କୋଟି ଟଙ୍କା ଲେଖାଏ ଦେବେ। ସେହି କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ୧୩୮୦ ହେକ୍ଟର ଜାଗା ଦରକାର। ବର୍ତ୍ତମାନ ସୁଦ୍ଧା ୫୪୮ ହେକ୍ଟର ଜମି ସଂଗୃହୀତ ହୋଇଛି। କିଛି ସ୍ଥାନରେ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ସରକାର ୨୦୨୩ ସୁଦ୍ଧା ବୁଲେଟ ଟ୍ରେନ ଚଳାଚଳ କରିବାକୁ ନଜର ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ପ୍ରସ୍ତୁତ କରିଥିବା ସିଏମପିରେ ମଧ୍ୟ ବୁଲେଟ ଟ୍ରେନ ପ୍ରକଳ୍ପ କଥା ରହିଥିଲା। ବୁଲେଟ ଟ୍ରେନ ବାବଦକୁ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ଉଦ୍ଧବ ସରକାର ଚାଷୀଙ୍କ ବିକାଶ କ୍ଷେତ୍ରରେ ବିନିଯୋଗ କରିବେ। ଏପରି କି ଏହି ଟଙ୍କାରେ ଚାଷୀଙ୍କ ଋଣ ଛାଡ଼ କରାଯିବ।

Comments are closed.