Odisha Link
Bridging the Missing Links in Odisha

ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇଁ ମଧୁ ଆପ୍

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବୃଦ୍ଧି ଆଣିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆରମ୍ଭ କୁରୁଅଛି ମଧୁ ଆପ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ୍କୁ ଉଦ୍‌ଘାଟନ କରିବେ। ଏହି ଆପ୍‌କୁ ଉତ୍କଳ ମଣି ମଧୁସୂଧନ ଦାସଙ୍କ ନାମରେ ନାମିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଏହି ଆପ୍‌ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି ଆପ୍‌ ଜରିଆରେ ସ୍କୁଲ ପିଲାମାନେ ସିଧାସଳଖ ନିଜ ବହିର ଯେ କୌଣସି ବିଷୟ ସମ୍ପର୍କରେ ବୁଝି ନ ପାରିବେ ତା’ର ସମାଧାନ ପାଇପାରିବେ। ଏଥି ସହ ଏହି ଆପ୍‌ ଜରିଆରେ ପିଲାମାନେ ସିଲାବସ୍‌ ସମ୍ପର୍କିତ ସମସ୍ତ ପାଠ୍ୟ ପୁସ୍ତକରେ ଉପଲବ୍ଧ ପାଠକୁ ଭିଡିଓ ମାଧ୍ୟମରେ ଦେଖି ପାରିବେ।

ଏହି ଆପ୍‌ରେ ସବୁ ବିଷୟର ପ୍ରଶ୍ନ ଉତ୍ତରକୁ ଜଣେ ଲେଖା ଶିକ୍ଷକ ବୁଝାଉଥିବାର ଭିଡିଓ ଆପ୍‌ ରେ ପ୍ରଦର୍ଶିତ ହେବ। ଏହା ଦ୍ବାରା ଛାତ୍ରଛାତ୍ରୀମାନେ ପଢିବା ସହିତ ଇଲର୍ନିଂ କରିପାରିବେ ଏବଂ ଉକ୍ତ ଆପ୍‌ ମାଧ୍ୟମରେ ଦୁଇଟି ପ୍ରଶ୍ନୋତ୍ତର ସେଟ୍‌ ପାଇପାରିବେ।ଏହି ସେଟ୍‌ କରିବା ପରେ ନିଜ ମାର୍କିଂ ସମ୍ପର୍କିତ ତଥ୍ୟ ମଧ୍ୟ ଜାଣିପାରିବେ।ଆଗାମୀ ଦିନରେ ଏହି ଆପ୍ ସମସ୍ତ ଜିଲ୍ଲାରେ ଉପଲବ୍ଧ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.