Odisha Link
Bridging the Missing Links in Odisha

ପୁରୀ: ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା ସମୟ ସୀମା

ଭୁବନେଶ୍ବର: ଶ୍ରୀମନ୍ଦିରକୁ ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା ସମୟ ସୀମା। ସ୍ୱେଚ୍ଛାକୃତ ଭାବେ ଜମି ବିକ୍ରୟ ପାଇଁ ଉଦ୍ଦିଷ୍ଟ ଅବଧିକୁ ଚଳିତମାସ ୯ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଏହ ସମୟ ସୀମାକୁ ଆଉ ୭ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଅବଧି ଡିସେମ୍ବର ୨ ତାରିଖରେ ଶେଷ ହୋଇଥିଲା। ସ୍ୱେଚ୍ଛାକୃତ ଜମି ବିକ୍ରି ପାଇଁ ଆଗ୍ରହ ପ୍ରଦାନ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ଥିବା ଅନେକ ବାସିନ୍ଦା ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରିଛନ୍ତି ଓ ନିରାପତ୍ତା ବଳୟ ନିମନ୍ତେ ସେମାନଙ୍କ ଜମି ପ୍ରଦାନ କରିଛନ୍ତି। ୨୦୧୯ ଡିସେମ୍ବର ୨ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି। ଏବେସୁଦ୍ଧା ୭୫ ପ୍ରତିଶତ ଜମି ସ୍ୱେଚ୍ଛାକୃତ ଭାବେ ବାସିନ୍ଦାମାନେ ପ୍ରଦାନ କରିଛନ୍ତି।

ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର ୪୦ ଦିନ ଭିତରେ ଅଦ୍ଭୂତପୂର୍ବ ସମର୍ଥନ ମିଳିିଥିଲା । ମାତ୍ର ୪୦ ଦିନରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଥିଲା ।

Comments are closed.