Odisha Link
Bridging the Missing Links in Odisha

ଜୁନ ପହିଲାରୁ ‘ଏକ ରାଷ୍ଚ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା: ରାମ ବିଳାଶ

ନୂଆଦିଲ୍ଲୀ: ୨୦୨୦ ମସିହା ଜୁନ ମାସରୁ ସାରା ଦେଶରେ ଲାଗୁହେବ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା। ଏଭଳି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମ୍ରଗୀ ଉଠାଇପାରିବେ। ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା ପଡ଼ିଯିବ।

ଏବେ ୧୪ଟି ରାଜ୍ୟରେ ପିଓଏସ ମେସିନ ସାହାଯ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଖୁବଶୀଘ୍ର ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସେ କହିଛନ୍ତି। ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ ହେବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାମ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କ ଆଧାର କାର୍ଡ, ଆଙ୍ଗୁଳି ଚିହ୍ନକୁ ବାୟୋମେଟ୍ରିକ ସ୍କାନରରେ ସ୍କାନ କରାଯାଇ ଗୋଟିଏ ସର୍ଭରରେ ରଖିବା ପାଇଁ ସରକାର ଯୋଜନା କରିଛନ୍ତି।

Comments are closed.