Odisha Link
Bridging the Missing Links in Odisha

ପୁରୀ ଗଣଦୁଷ୍କର୍ମ: ରାଜନୀତି ନକରିବାକୁ ଅନୁରୋଧ କଲା ବିଜେଡି, କହିଲା ବିଜେପି..

ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ଘଟଣାକୁ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ। ଦୁଇ ବିରୋଧୀ ଦଳ ଶାସକ ଦଳ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ନେଇ ଶାସକ ବିଜେଡି ପ୍ରତିକ୍ରିୟା ରଖଇଛି। ପୂର୍ବପରି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଶାସକ ଦଳ ବିଜେଡି ପୁଣିଥରେ ଅନୁରୋଧ କରିଛି।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ କହିଛନ୍ତି ଯେ, ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ବିଭିନ୍ନ ରାଜନୀତିକ ଦଳ ବିଶେଷକରି ବିଜେପିକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଏଭଳି ହୀନ ରାଜନୀତିରୁ ବିଜେପି ବିରତ ହେଉନାହିାଁ ଏଭଳି ଘଟଣାକୁ ନେଇ ରାଜନୀତି କରାଗଲେ ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ନିର୍ଯାତନାର ଶିକାର ହେବେ। ଏଭଳି ଜଘନ୍ୟ ଅପରାଧରେ ଲିପ୍ତ ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛିା କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ବେ ବିଜେପି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି। ଏହା ମାମଲାକୁ ବାଟବଣା କରିବା ସହିତ ଅତି ତଳସ୍ତରର ରାଜନୀତିକୁ ଦର୍ଶାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଏଭଳି ସମ୍ବେଦନଶୀଳ ଘଟଣାରେ ପୂର୍ବରୁ ଓଡ଼ିଶାରେ କୌଣସି ଜାତୀୟ ଦଳ ନିମ୍ନସ୍ତରର ରାଜନୀତି କରିବାର ନଜିର ନାହିାଁ ବିଜେପିର ଏଭଳି ଆଚରଣ ଯୋଗୁଁ ଓଡ଼ିଶାବାସୀ ନିକଟ ଅତୀତରେ ଦଳକୁ ପରାଜୟର ସ୍ୱାଦ ଚଖାଇଥିବାବେଳେ ଆଗାମୀ ଦିନରେ ମଧ୍ୟ ଦଳ ଏଭଳି ସ୍ଥିତିର ବାରମ୍ବାର ସାମ୍ନା କରିବ ବୋଲି ବିଜେଡିି ସତର୍କ କରାଇ ଦେଇଛି। ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରିବାରୁ ବିଜେପି ବିରତ ରହୁ ଓ ସେମାନଙ୍କର ନେତାଙ୍କ ଜ୍ଞାନ ଉଦୟ ହେବ ବୋଲି ଏହି ନେତାମାନେ କହିଛନ୍ତି।

Comments are closed.