Odisha Link
Bridging the Missing Links in Odisha

ଶିକ୍ଷକ ନଥିବାରୁ ଘାଟି ଜଙ୍ଗଲରେ ରାଲି କଲେ ଛାତ୍ରଛାତ୍ରୀ

କନ୍ଧମାଳ: ସ୍କୁଲରେ ଶିକ୍ଷକ ନଥିବାରୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ବେଲଘର ଅଞ୍ଚଳରେ ଘଞ୍ଚ ଜଙ୍ଗଲରେ ଭିତରେ ଚାଲି ଚାଲି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନଥିବାରୁ ଏହିପରି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ବେଲଘରରୁ ୨୬ କିଲୋମିଟର ଘାଟି ପାହାଡ ଓ ଘଂଚ ଜଙ୍ଗଲ ଦେଇ ତୁମୁଡିବନ୍ଧ ପର୍ଯ୍ୟନ୍ତ ରାଲି କରିଛନ୍ତି। ହାତରେ ପ୍ଲାକାର୍ଡ଼ ସାଙ୍ଗକୁ ଶିକ୍ଷକ ପୂରଣର ନାରା ଦେଇ ଛାତ୍ରମାନେ ଜଙ୍ଗଲର ନିକାଞ୍ଚନ ରାସ୍ତା ଦେଇ ଚାଲିଥିଲେ | ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମନାକୁ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ସେବାଶ୍ରମ ହାଇସ୍କୁଲରେ ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନଥିବାରୁ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ମଧ୍ୟରାତ୍ରୀରେ ବିପଦପୂର୍ଣ୍ଣ ଭାବେ ଦୁର୍ଗମ ଅଂଚଳ ବେଲଘର ଛାଡି ଜଙ୍ଗଲ ପାହାଡିଆ ରାସ୍ତାରେ ଶୀତରାତିରେ ଆସିଥିଲେ ଛାତ୍ରଛାତ୍ରୀ । ହେଲେ ଏ ବାବଦରେ ବିଦ୍ୟାଳୟ କର୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ।

Comments are closed.