Odisha Link
Bridging the Missing Links in Odisha

ସମ୍ମାନିତ ହେଲେ ୪ ଜଣଙ୍କ ଜୀବନ ବଞ୍ଚାଇଥିବା ଟ୍ରାଫିକ୍‌ ପୁଲିସ୍‌

ଭୁବନେଶ୍ବର: ସାହାସିକତା କାର୍ଯ୍ୟପାଇଁ ସମ୍ମାନିତ ହେଲେ କମିଶନରେଟ ପୁଲିସର ଟ୍ରାଫିକ୍‌ ହାବିଲଦାର ଲଳିତ ମୋହନ ରାଉତ। ଚାରି ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଟ୍ବିନ୍‌ସିଟି କମିସନନରେଟ୍‌ ପୁଲିସ୍‌ ବୁଧବାର ଟ୍ରାଫିକ୍‌ ସମ୍ମାନିତ କରିଛନ୍ତି। କମିସନନରେଟ୍‌ ପୁଲିସ୍‌ କାର୍ଯ୍ୟାଳୟରେ ପୁଲିସ୍‌ କମିସନର ସୁଧାଂଶୁ ସଡଙ୍ଗୀ ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ଉପସ୍ଥିତିରେ ତାଙ୍କୁ ଏକ ମାନପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୨୩ ତାରିଖ ରାତି ପ୍ରାୟ ୮.୩୦ ସମୟରେ କଟକର ଶିଖରପୁୁର ଛକରେ ଲଲିତ ମୋହନ ରାଉତ ଟ୍ରାଫିକ୍‌ ଡିୟୁଟି କରୁଥିଲେ। ସେହି ସମୟରେ ଜଗତ୍‌ପୁରରୁ ଓଏମ୍‌ପି ଆଡ଼େ ଆସୁଥିବା ଦୁଇଟି ବାଇକ୍‌ରେ ବସିଥିବା ୪ ଜଣ ଆରୋହୀଙ୍କ ଆଡ଼େ ଏକ ଟ୍ରକ୍‌ ମାଡ଼ି ଆସୁଥିଲା। ଆଉ ଟିକେକରେ ସେମାନେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥାନ୍ତେ। ମାତ୍ର ଲଲିତ ମୋହନ ତାଙ୍କର ସାହସିକତା ଦେଖାଇ ଟ୍ରାଫିକ୍‌ ପୋଷ୍ଟ୍‌ରୁ ଡେଇଁ ବାଇକ୍‌ରୁ ଆରୋହୀମାନଙ୍କୁ ଟାଣି ଆଣିଥିଲେ। ଡିୟୁଟି ସମୟରେ ଏପରି ସାହସିକତା ଦେଖାଇ ୪ ଜଣଙ୍କ ଜୀବନ ବଞ୍ଚାଇଥିବା କାରଣରୁ ତାଙ୍କୁ ସମ୍ମାନିତ କରାଯାଇଛି।

Comments are closed.