କନ୍ଦଉଛି ପିଆଜ

ଭୁବନେଶ୍ବର : ଆଗରୁ ଲୋକମାନେ କାମ ପାଇଁ କାନ୍ଦୁ ଥିଲେ ଏବେ ପିଆଜ ପାଇଁ କାନ୍ଦୁ ଛନ୍ତି । ପିଆଜ ବିନା ଖାଦ୍ୟ ପ୍ରସ୍ତୁତ କରିବା ଅସମ୍ଭ , ଖାସ କରି ଆମିଷ ଖାଦ୍ୟ । ବର୍ତ୍ତମାନ ବଜାରରେ ପିଆଜ ଦର ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣି , ଲୋକେ ପିଆଜ କିଣିବାକୁ ଭୟ କରୁଛନ୍ତି ।
ପିଆଜ ୧୦୦ଟଙ୍କାରେ ପାର କରି ୧୪୦ଟଙ୍କାରେ ପହଞ୍ଚିଗଲାଣି । କଟକ ଛତ୍ରବଜାରରେ ପିଆଜ କିଲୋ ୧୪୦ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟ ସରକାର ସୁଲଭ ମୂଲ୍ୟରେ ୨୫୬ଟି କାଉଣ୍ଟରରେ ପିଆଜ ବିକ୍ରି କରୁଥିବା କହୁଛନ୍ତି । କିନ୍ତୁ ଲୋକେ ଅଭିଯୋଗ କରୁଛନ୍ତି ସବୁ ସ୍ଥାନରେ ଠିକ୍ ସମୟରେ ପିଆଜ ମିଳୁନାହିଁ । ଭୁବନେଶ୍ୱରର ଆଇଗିଣିଆ ଓ କଟକ ଛତ୍ରବଜାରକୁ ଯୋଗାଣ କମିଛି।