Odisha Link
Bridging the Missing Links in Odisha

ପୁଣି ରାନୁଙ୍କ ଭିଡ଼ିଓ ଭାଇରାଲ ,ଏଲିଜାବେଥ୍‌ କହିଲେ…..

ମୁମ୍ବାଇ : ସୋସିୟାଲ ମିଡ଼ିଆରେ ଦିନକୁ ଦିନ ଚର୍ଚ୍ଚାରେ ରହୁଛନ୍ତି ରାନୁ ମଣ୍ଡଳ । ଲତାଙ୍କ ଗୀତ ଜରିଆରେ ବଲିଉଡ଼ରେ ପାଦ ଦେଇଥିଲେ । ପ୍ୟାର ନଗମା ହେ ଗୀତଟି ତାଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା ।  ସେ ମେକ୍‌ଅପ୍‌ ପାଇଁ ଟ୍ରୋଲ୍‌ ହୋଇ କି ଫ୍ୟାନ୍‌ଙ୍କ ସହ ଦୁର୍ବ୍ୟବହାର ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି ।

ରାନୁଙ୍କର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ରାନୁ ନିକଟରେ ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇଥିଲେ । ସେଠାରେ ସେ ହିମେଶ ରେଶମିୟାଁଙ୍କ ସହିତ ଗାଇଥିବା ଗୀତକୁ ଗାଇବାକୁ କୁହା ଯାଇଥିଲା। ରାନୁ ସେ ଗୀତ ଗାଇବାକୁ ମାଇକ୍‌ ଧରି ଥିଲେ । ତାପରେ ସେ କିଛି ସମୟ ଚୁପ୍‌ ରହିଥିଲେ। କିଛି ସମୟ ପରେ ସେ କହିଥିଲେ, ‘ଓଃ ମାଇଁ ଗଡ୍‌, ଆଇ ଫର୍ଗେ‌ଟ୍‌ ଇଟ୍‌’। ଏହି ଭିଡିଓକୁ ନେଇ ରାନୁ ସୋଶାଲ୍‌ ମଡିଆରେ ଟ୍ରୋଲ୍ ହେଉଛି ।

https://www.instagram.com/p/B5dtBR4nvCD/

ରାନୁ ସୋଶାଲ୍‌ ମିଡିଆରେ ଲଗାତାର ଭାବେ ଟ୍ରୋଲ୍‌ ହେବା ପରେ ତାଙ୍କ ଝିଅ ଏଲିଜାବେଥ୍‌ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମାଁ’ଙ୍କର ଆରମ୍ଭରୁ ହିଁ ଟିକେ ଆଟିଟ୍ୟୁଡ୍‌ ପ୍ରୋବ୍ଲେମ୍‌ ରହିଛି, ଯେଉଁଥିପାଇଁ ସେ ସବୁବେଳେ ଅସୁବିଧାରେ ପଡ଼ନ୍ତି। ଏଥି ପାଇଁ ମୁଁ ବହୁତ ଦୁଃଖିତ ।”

Comments are closed.