Odisha Link
Bridging the Missing Links in Odisha

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମ ସାଗର ସାଏଙ୍କ ସରକାରୀ ବାସଭବନ ସମେତ ୪ଟିସ୍ଥାନରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଶ୍ୟାମ ସାଗର ସାଏଙ୍କ ନାମରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିବା ବଳରେ ଆଜି ରେଢାଖୋଲସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ସୁନ୍ଦରଗଡ଼ରେ ଥିବା କୋଠା , ପୈତୃକ ଘର ବନଡ଼େଗା ଗ୍ରାମରେ ଏକକାଲୀନ ଚଢାଉ କରାଯାଇଛି। ଏନେଇ ଭିଜିଲାନ୍ସ ଡ଼ିଏସପି ଦିଲ୍ଲୀପ କୁମାର କର, ସମ୍ବଲପୁର ଡ଼ିଏସପି ପରମେଶ୍ୱର କିସାନ, ଏସଏସ ପୂଜାରୀ , ସୁନ୍ଦରଗଡ଼ ଇନ୍ସପେକ୍ଟର, ପ୍ରଧାନ ଇନ୍ସପେକ୍ଟର, ସୋନପୁର ରଶ୍ମିତା ଲାକ୍ରା ଇନ୍ସପେକ୍ଟର, ସମ୍ବଲପୁର ଓ ଇନ୍ସପେକ୍ଟର ସି ବିଲୁଙ୍ଗ ଏହି ଚଢାଉରେ ସାମିଲ ରହିଛନ୍ତି। ଚଢାଉ ଜାରି ରହିଥିବାରୁ ଆୟବର୍ହିଭୂତ ସମ୍ପତ୍ତିର ଆକଳନ ହୋଇନଥିବା ସୂଚନା ମିଳିଛି।