Odisha Link
Bridging the Missing Links in Odisha

ଭାଙ୍ଗି ଯାଇପାରେ ଅସୀମଙ୍କ ହୃଦୟ

ମୁମ୍ବାଇ : ଟେଲିଭିଜନ ଜଗତରେ ରାଜ କରୁଥୁବା ଶୋ ବିଗବସ୍ । ଏହାର ଟିଆରପି ବଢ଼ିବାରେ ଲାଗିଛି । ଶୋ’ରେ ହାଇଭୋଲ୍ଟେଜ୍‌ ଡ୍ରାମା ଓ କଳି ଝଗଡ଼ା ଚାଲିଥିବାବେଳେ ଘରର ଏକ କୋଣରେ ଆରମ୍ଭ ହୋଇଛି ରୋମାନ୍ସ । ଅସୀମ ହିମାଂଶୀଙ୍କ ପାଇଁ ଦିୱାନା ହୋଇଯାଇଛନ୍ତି । ଏମାନଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। କିନ୍ତୁ ବହୁତ ଜଲିଦ ଅସୀମଙ୍କ ହୃଦୟ ଭାଙ୍ଗିବାକୁ ଯାଉଛି ।

ସୂଚନା ଅନୁଯାୟୀ, ଏଥର ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ତାଙ୍କର ବିଗ୍‌ ବସ୍‌ର ଯାତ୍ରା ଶେଷ ହୋଇଯିବ। ଏହି ସପ୍ତାହରେ କ୍ୟାପଟେନ୍‌ ଥିବା ସିଦ୍ଧାର୍ଥ ଶୁକ୍ଲା ନିଜ ପାୱାର୍‌ ବ୍ୟବହାର କରି ରଶ୍ମି ଦେଶାଇ, ପାରସ ଛାବ୍ରା, ହିମାଂଶୀ ଖୁରାନା, ଶେଫାଲି ଜରିୱାଲା ଓ ଅସୀମ ରିଆଜଙ୍କୁ ଏଲିମିନେଶନ୍‌ ପାଇଁ ନୋମିନେଟ୍‌ କରିଥିଲେ।

https://www.instagram.com/p/B5udW1MgChb/

ତେବେ ସମସ୍ତ ନୋମିନେଟ୍ ସଦସ୍ୟଙ୍କ ଭିତରୁ ହିମାଂଶୀଙ୍କୁ ଦର୍ଶକଙ୍କର ସବଠୁ କମ୍‌ ଭୋଟ୍‌ ମିଳିଥିବାରୁ ତାଙ୍କୁ ଘରୁ ଏଲିମିନେଟ୍‌ ହେବାକୁ ପଡ଼ିବ। ତେବେ ‘ୱିକେଣ୍ଡ କା ବାର୍‌’ରେ ବିଗ୍‌ ବସ୍‌ ଘରୁ ହିମାଂଶୀଙ୍କୁ ବାହାର କରୁଛନ୍ତି କି ନାହିଁ, ତାହା ଆଜିର ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ। କିନ୍ତୁ ଯଦି ଏହା ସତ ହୁଏ, ତା’ହେଲେ ଅସୀମ୍‌ଙ୍କୁ ବଡ଼ ଝଟକା ଲାଗିପାରେ।

Comments are closed.