ଧାନ ଗବେଷଣା କେନ୍ଦ୍ରରେ ନିଆଁ !

କଟକ: କଟକ ସ୍ଥିତ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ନିଆଁ । ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇ ଥିବା ବେଳେ ଏଥିରେ ବିଶେଷକିଛି କ୍ଷତି ଘଟିନାହିଁ ବୋଲି ସୂଚନା ମିଳିଛି।ଆଜି ମଧ୍ୟାହ୍ନରେ ଧାନ ଗବେଷଣା କେନ୍ଦ୍ରର ଅଡିଟୋରିୟମ୍ରେ ନିଆଁ ଲାଗିଥିଲା। ପରେ ପରେ ଏହି ନିଆଁ ପାଖ ରୁମ୍କୁ ବ୍ୟାପୀ ଯାଇଥିଲା। ଧାନ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏସିରୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ଧାନ ଗବେଷଣା କେନ୍ଦ୍ରର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ଧନଜୀବନ ରକ୍ଷା ହୋଇପାରିଛି।