ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆଗାମୀ ଜାନୁଆରୀ ୨୫ ତାରିଖରେ ରାଜ୍ୟସ୍ତରରେ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣତନ୍ତ୍ରକୁ ମଜ୍ବୁତ ଓ ସୁଦୃଢ଼ କରିବା ନିମନ୍ତେ ନିର୍ବାଚନଗୁଡ଼ିକରେ ବହୁସଂଖ୍ୟାରେ ଅଂଶଗ୍ରହଣ କରିବା, ନୂତନ ପିଢ଼ିର ଭୋଟରମାନଙ୍କୁ ଭୋଟର ସଚେତନତା ରାଲି, କୁଇଜ୍ ଓ ଉଭୟ ଇଂରାଜୀ, ଓଡ଼ିଆ ଭାଷାରେ ପ୍ରବନ୍ଧ ପ୍ରତିଯୋଗିତାମାନ ରାଜ୍ୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ମତଦାତା ଦିବସ ଆନୁକୂଲ୍ୟରେ ଆୟୋଜିତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଏତଦ୍ବ୍ୟତୀତ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ‘ଭୋଟଦାନ ଅଧିକାର’ ସଂପର୍କିତ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ଉକ୍ତ ଦିନ ବିଭିନ୍ନ ବିଦ୍ୟାଳୟ/ବହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପ୍ରାୟ ୧୦୦୦ ଛାତ୍ରଛାତ୍ରୀଙ୍କର ଏକ ଶୋଭାଯାତ୍ରା ମାଷ୍ଟରକାଣ୍ଟିନ୍ ଛକରୁ ବାହାରି ରବିନ୍ଦ୍ରମଣ୍ଡ ପଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି ।
ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନ ପତ୍ର ସହ ପୁରସ୍କାର ବଣ୍ଟନ ଓ ୨୦ ଜଣ ନୂତନ ଭୋଟରମାନଙ୍କୁ ଭୋଟ ପରିଚୟ ପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି ।ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଅଭୟ କୁମାର ନାୟକ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲା ପାଳ ଅରୁଣ ବେହେରା, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ, ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ନୀତିରଞ୍ଜନ ସେନ୍, ଭୁବନେଶ୍ୱର ମୁନିସି ପାଲିଟିର ଡେ ପୁଟୀ କମିଶନର, ଟ୍ରାଫିକ୍ ଏସି ପି ଡ. କେ. କେ. ପାଣିଗ୍ରାହୀ, ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ଓଡ଼ିଶା ଖଣି ନିଗମର ଜନସଂ ପର୍କ ଅଧିକାରୀ ସନ୍ଦୀପ କୁମାର ସେଠୀ, ଭାରତ ସ୍କାଉଟ୍ ଏବଂ ଗାଇଡ୍ର ରାଜ୍ୟ ମୁଖ୍ୟ କମିଶନର ସୁରଜିତ୍ ସେନ୍, ଓଡ଼ିଶା ଇଲେକ୍ସନ୍ ଓ୍ୱାଚ୍ର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି ଓ ଜ୍ୟୋତି ମହାନ୍ତି, ଖୋର୍ଦ୍ଧାର ସହକାରୀ ଜିଲ୍ଲା ପାଳ ଗାୟତ୍ରୀ ସାମନ୍ତରାୟଙ୍କ ସହ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉ ପସ୍ଥିତ ଥିଲେ ।
Comments are closed.